ଜିଲ୍ଲା ପରିକ୍ରମା

ନେହେରୁ ଷ୍ଟାଡିୟମ୍ରେ ପାଣି, ସ୍ୱାଧୀନତା ଦିବସ ପ୍ୟାରେଡ୍ ପାଇଁ ଚିନ୍ତା

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକର ଐତିହାସିକ ନେହେରୁ ଷ୍ଟାଡିୟମ୍ ଏବେ ପାଣି ପଚ୍ ପଚ୍ । ଏକଦା ଏଇ ଷ୍ଟାଡିୟମ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁ ସଭା କରିବାକୁ ଆସିଥିବାବେଳେ ତାଙ୍କର ସ୍ମୃତି ଉଦେ୍ଦଶ୍ୟରେ ଏ ଷ୍ଟାଡିୟମ୍ର ନାମ ନେହେରୁ ଷ୍ଟାଡିୟମ୍ ରଖାଯାଇଥିଲା । ନେହେରୁ ଷ୍ଟାଡିୟମ୍ର କର୍ପୁର ଉଡି ଯାଇଛି । ଏଠି ଖାଲି କନା ପଡିଛି । ଏହା ଭଦ୍ରକ ହାଇସ୍କୁଲର ନିଜସ୍ୱ ଖେଳପଡିଆ । ଏହି ଖେଳ ପଡିଆ ପାଇଁ ଭଦ୍ରକର କିଛି ବଦାନ୍ୟ ବ୍ୟକ୍ତି ସେତେବେଳେ ନିଜର ସଂପତ୍ତିକୁ ଭଦ୍ରକ ହାଇସ୍କୁଲକୁ ଦାନ ଦେଇଥିଲେ । ସେହିିଦିନ ଠାରୁ ଏ ଜମି ଭଦ୍ରକ ହାଇସ୍କୁଲର ମାଲିକାନାରେ ରହିଆସୁଛି । ଏହାର ସତ୍ୱାଧିକାରୀ ହେଉଛନ୍ତି ଭଦ୍ରକ  ହାଇସ୍କୁଲ କର୍ତ୍ତୃପକ୍ଷ । ଭଦ୍ରକ ହାଇସ୍କୁଲର ଏହି ପଡିଆ ହୋଇଥିଲେ ମଧ୍ୟ ପଡିଆକୁ ଭଦ୍ରକର ଏକ ପ୍ରମୁଖ ଖେଳ ପଡିଆ ଭାବେ ପରିଗଣିତ କରାଯାଉଛି । ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ନେହେରୁ ଷ୍ଟାଡିୟମ୍ ନାମରେ ନାମିତ କରାଯାଇଥିଲା । ଏହି ଷ୍ଟାଡିୟମ୍ରେ ସବୁ ସରକାରୀ କାର୍ଯ୍ୟକ୍ରମ ଯଥା ଅଗଷ୍ଟ ପନ୍ଦର, ଜାନୁୟାରୀ ୨୬ ର ପ୍ୟାରେଡ୍ ଠାରୁ ଆରମ୍ଭ କରି ଜିଲାର ପ୍ରମୁଖ କ୍ରୀଡା ଉସôବ ଓ ରାଜନୈତିକ ସଭା ସମିତି ହୁଏ । ଭଦ୍ରକରେ ଯେତେ ପୁଲିସ୍ ଇଣ୍ଟରଭୁ୍ୟ ହୁଏ, ସବୁ ଏଇ ନେହେରୁ ଷ୍ଟାଡିୟମ୍ରେ ହୁଏ । ଏବେ ଏହାର ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ନେହେରୁ ଷ୍ଟାଡିୟମ୍ ଭିତରେ ବର୍ଷା ପାଣି ପଶି ପଚ୍ ପଚ୍ ହେଉଛି । ବାଲି ନାହିଁ, ଘାସ ଉପରେ ଆଣ୍ଠୁଏ ପାଣି । ଡ୍ରେନ୍ ବ୍ୟବସ୍ଥା କରାଯାଉନଥିବାରୁ ଷ୍ଟାଡିୟମ୍ ଭିତରେ ବର୍ଷା ପାଣି ପଶୁଛି । ଜାତୀୟ ରାଜପଥର ଡ୍ରେନ୍ ନଥିବାରୁ ଏହାର ପାଣି ସବୁ ଷ୍ଟାଡିୟମ୍ ଭିତରେ ପଶୁଛି । ଆଗକୁ ଅଛି ଭଦ୍ରକର କନେଷ୍ଟବଳ ଇଣ୍ଟରଭୁ୍ୟ । ମାତ୍ର ଏହି ପଡିଆଟି ଏବେ ପାଣିରେ ବୁଡିଥିବାରୁ ଇଣ୍ଟରଭୁ୍ୟ କିଭଳି ହେବ, ତାହାକୁ ନେଇ ପୁଲିସ୍ ପ୍ରଶାସନ ଚିନ୍ତାରେ ରହିଛି । ପଡିଆର ରକ୍ଷଣା ବେକ୍ଷର କ୍ରୀଡା ବିଭାଗ କରୁନଥିବାରୁ ଏହାର ଶିରି ତୁଟିଯାଇଛି । ଐତିହ୍ୟ ସଂପନ୍ନ ନେହେରୁ ଷ୍ଟାଡିୟମ୍ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଜିଲାର ବୁଦ୍ଧିଜୀବୀ ଓ କ୍ରୀଡାବିତ୍ମାନେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top