ଓଡ଼ିଶା

ନେହେରୁ ଷ୍ଟାଡିୟମ୍ ରେ ଉଦ୍ଘାଟିତ ହେଲା ଭଦ୍ରକ ମହୋତ୍ସବ ଓ ଉତ୍ତର ଓଡ଼ିଶା ବାଣିଜ୍ୟ ମେଳା

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ନେହେରୁ ଷ୍ଟାଡ଼ିୟମ ଠାରେ ପୁସ୍ତକମେଳା ଟ୍ରଷ୍ଟବୋର୍ଡ଼ ଆନୁକୂଲ୍ୟରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଆରମ୍ଭ ହୋଇଛି। ୫ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟ ଚାଲିବାକୁ ଥିବା ଏହି ମହୋତ୍ସବକୁ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ବିଧାୟକ ଶ୍ରୀ ପଟ୍ଟନାୟକ ନିଜ ଉଦ୍ଘାଟନୀ ଅଭିଭାଷଣରେ ଭଦ୍ରକ ମହୋତ୍ସବକୁ ଏକ ସାଂସ୍କୃତକି ଜାଗରଣ ବୋଲି ଅଭିହିତ କରିବା ସହ ଏହା ସହରର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ରହି ଆସିଥିବା ସମ୍ପର୍କର ଡ଼ୋରୀକୁ ଅଧିକ ଦୃଢ଼ କରିବ ବୋଲି କହିଥିଲେ। ମହୋତ୍ସବ କମିଟିର ସଭାପତି ଇଂ ଅଭୟ କୁମାର ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭଦ୍ରକ ପୌରାଧ୍ୟକ୍ଷ ମାନସ କୁମାର ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ସମ୍ମାନିତ ଅତିଥି, ରାଷ୍ଟ୍ରୀୟ ସଦଭାବନା ପୁରସ୍କାରପ୍ରାପ୍ତ ସମାଜସେବୀ ହାଜି ମହମ୍ମଦ ଅବଦୁଲ ବାରୀ, ଗିତାରାଣୀ ଆଇଚ, ରାଧାକାନ୍ତ ସାମଲ ବରେଣ୍ୟ ଅତିଥି, ସରୋଜ କୁମାର ପାଢ଼ୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏହି ସାଂସ୍କୃତିକ ଆନ୍ଦୋଳନ ଆମ ମଧ୍ୟରେ ନବଜାଗରଣ ସୃଷ୍ଟି କରିବ ବୋଲି କହିଥିଲେ। କମିଟିର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନିହାର ରଂଜନ କର ସ୍ୱାଗତ ଭାଷଣ, ନାଟ୍ୟଶ୍ରୀ ନିର୍ମଳ ରାଉତ୍ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ରାମନାରାୟଣ ନାୟକଙ୍କ ନେତୃତ୍ୱରେ ଆବହନୀ ସଂଗୀତ ଗାନ କରାଯାଇଥିଲା। ଶେଷରେ କମିଟିର ସାଧାରଣ ସଂପାଦକ ରବି ନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସ କମିଟିର କୋଷାଧ୍ୟକ୍ଷ ଆଶିଶ ଅମିତାଭ ମହାପାତ୍ର, ଅପୂର୍ବ ବେହେରା, ଚିନ୍ମୟୀ ବଳ, ଅଞ୍ଜୁବାଳା ବିଶ୍ୱାଳ, ସୁମିତ୍ରା ପାଣୀ, ଅମରେନ୍ଦ୍ର ବାପି ବିଶ୍ୱାଳ, ଟିକି ରାୟ, ରମେଶ ଚନ୍ଦ୍ର ପାଗଲ, ପ୍ର୍ରିୟଦର୍ଶନୀ ବୋଇତି, ଅବିନାଶ ପଣ୍ଡା, ଚାରୁଦତ୍ତ ନାୟକଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶଥାଉକି ସଂଜୀବ ଜୁଏଲର୍ସ ପ୍ରାୟୋଜିତ ଏହି ୧୦ ଦିବସୀୟ କାର୍ଯ୍ୟକ୍ରମରେ ବଲିଉଡ଼, ଓଲିଉଡ଼ ଜଗତର ବହୁ ନାମୀଦାମୀ କଳାକାରଙ୍କ ସମେତ ବାହାର ରାଜ୍ୟରୁ ବହୁ ମେଲୋଡ଼ି ପାର୍ଟି, ଲୋକନୃତ୍ୟ, ମୋଗଲ ତାମସା, ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି। ୫୦ରୁ ଅଧିକ ମନଲୋଭା ଷ୍ଟଲ ସହରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଠିକ ସେହିପରି ସେହି ଏକା ସ୍ଥାନରେ ଉତ୍ତର ଓଡ଼ିଶା ବାଣିଜ୍ୟ ମେଳା ମଧ୍ୟ ଆଜି ଠାରୁ ଆରମ୍ଭ ହୋଇଛି। ସତ୍ୟେନ୍ଦୁ ରାୟମହାପାତ୍ର, ସଂଜୀବ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ମେଳା ଚାଲିଥିବାବେଳେ, ଶହେରୁ ଅଧିକ ଷ୍ଟଲ ସେମାନଙ୍କ ବ୍ରବସାୟିକ ପ୍ରତିଷ୍ଠାନ ଖୋଲିଛନ୍ତି। ମେରିଗୋ ରାଉଣ୍ଡ, ରାମଦୋଳୀ, ଡ଼୍ରାଗନ, ବ୍ରେକ ଡ଼୍ୟାନ୍ସ ସମେତ ବିଭିନ୍ନ କିସମର ଖାନ୍ୟ ଷ୍ଟଲ ସହରବାସୀଙ୍କୁ ବେଶ ଆକର୍ଷିତ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top