ନେହେରୁ ଷ୍ଟାଡିୟମଠାରେ ହେବ ଭଦ୍ରକ ମହୋତ୍ସବ ଓ ଜିଲ୍ଲା ପୁସ୍ତକମେଳା

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ତିନିବର୍ଷଧରି ସଫଳତା ଓ ଲୋକପ୍ରିୟତା ପାଇଥିବା ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଭଦ୍ରକରେ ୪ର୍ଥ ବର୍ଷ ପାଇଁ ଏଥର ଗାନ୍ଧିପଡିଆରେ ନହୋଇ ନେହେରୁ ଷ୍ଟାଡିୟମଠାରେ ଆସନ୍ତା ଜାନୁଆରୀ ୫ତାରିଖରେ ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକ ଉତ୍ସର୍ଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ଏହି ବୈଠକରେ ସାଧାରଣ ସଂପାଦକ ରବିନାରାୟଣ ଖିଲାର ପୂର୍ବବର୍ଷର ବିବରଣୀପାଠ କରିଥିବାବେଳେ ଚଳିତବର୍ଷର ମହୋତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ଆବାହକ ଅଧ୍ୟାପକ ନିହାର ରଂଜନ କର, କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ସହ ସଂପାଦକ ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ଇଂ ସଙ୍ଗୀତା ଦାସ, ପ୍ରଫୁଲ ପଣ୍ଡା, ଅମରେନ୍ଦ୍ର ବିଶ୍ୱାଳ, ଅପୂର୍ବ ରଂଜନ ବେହେରା, ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ବୈକୁଣ୍ଠ ବିଶ୍ୱାଳ, ପ୍ରମୋଦ ରାୟ, ଡ. ହରିହର ନାୟକ, ଅତିଶ କୁମାର ବେହେରା, ଅବିନାଶ ପଣ୍ଡା, ପ୍ରିୟଦର୍ଶନି ବୋଇତି, ଜ୍ଞାନପ୍ରକାଶ ପାଣି, ରମେଶ ଚନ୍ଦ୍ର ପାଗଳ, ସାଧନ କୁମାର ଧର, ଆଇନଜୀବୀ ଅଞ୍ଜୁବାଳା ରାଉତ, ସାଂସ୍କୃତିକ ସଂପାଦକ ରାମନାରାୟଣ ମହାନ୍ତ. ସହ ସାଂସ୍କୃତିକ ସଂପାଦକ ପିତାମ୍ବର ରେଡ୍ଡି ଙ୍କ ସମେତ ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ନିରାକର ଜେନା, କବି ଅଶୋକ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଗନ ବିହାରୀ ରାଉତ, ସାହିତ୍ୟିକ ଉମାକାନ୍ତ ନାୟକ,  ସ୍ତମ୍ଭକାର ସଦାନନ୍ଦ ସାହୁ, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ଶାନ୍ତିଲତା ନାଗ, ଗୀତାରାଣି ଆଇଚ.ବ୍ୟଙ୍ଗକବି ବିଜୟ କୁମାର ବହଳି, ଗୋକୁଳାନନ୍ଦ ରାଉତ, ସରୋଜ ରାଉଳ, ସୁଜୟ ପାକ.ରବି ନାରାୟଣ ମହାପାତ୍ର, ସୁପ୍ରଭା ପାଣିଗ୍ରାହୀ, ପ୍ରମୁଖ ଯୋଗଦେଇ ହେବାକୁ ଥିବା ଆଗାମୀ ପୁସ୍ତକମେଳା ଓ ମହୋତ୍ସବକୁ ସଫଲ କରିବା ପାଇଁ ମତାମତ ଦେଇଥିଲେ। ଅନୁଷ୍ଠତି ହେବାକୁ ଥିବା ଏହି ମହୋତ୍ସବ ପାଇଁ ପ୍ରାୟ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି ବୋଲି କର୍ମକତର୍ତ୍ତାମାନେ ମତପ୍ରକାଶ କରିଥିଲେ। ଏହି ଉପଲକ୍ଷେ ପ୍ରାୟ ୬୦ଗୋଟି ବୁକ୍ ଷ୍ଟଲ୍ ଏବଂ ଅନ୍ୟ ଷ୍ଟଲ୍ ସେମାନେ ଯୋଗଦେବା ପାଇଁ କମିଟିକୁ ଅଗ୍ରିମ ଦେୟ ଦେଇ ସାରିଛନ୍ତି। ଏହି ଅବସରରେ ରାଜ୍ୟର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ, ବଲିଉଡ୍ ଓ ଓଲିଉଡ ତାରକା ଙ୍କ ସହିତ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ, ଯାତ୍ରାକଳାକାର, ସାହିତ୍ୟିକ, ସ୍ତମ୍ଭକାର, ନୃତ୍ୟଶିଳ୍ପୀ ମାନେ ଯୋଗଦେବାପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏଥିସହିତ ପାଇଖଆଖଡା, ଘୋଡାନାଚ.ଲଉଡିଖେଳ, ମୋଗଲ ତାମସା, କୁନିକୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିବର୍ଷ ପରି ଚଳିତବର୍ଷ ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଉକ୍ତ ଉତ୍ସବକୁ ଉଦ୍ଘାଟନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି। ଏହି ମହୋତ୍ସବ ଜାନୁଆରୀ ୫ତାରିଖରୁ ଆରମ୍ଭ ହୋଇ ୧୪ତାରିଖରେ ଶେଷ ହେବ ବୋଲି ମିଡିଆସେଲ ଅଧ୍ୟକ୍ଷ ଚାରୁଦତ୍ତ ନାୟକ, ସାଧାରଣ ସଂପାଦକ ଶ୍ରୀ ଖିଲାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *