ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ପକ୍ଷରୁ ମାଗଣା କମ୍ପ୍ୟୁଟର ଶିକ୍ଷା

ତାଳଚେର,୧୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ସହଯୋଗରେ ରେଙ୍ଗାଳି ସିଟି କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରଠାରେ ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥିଭାବେ ରେଙ୍ଗାଳୀ ଗ୍ରାମ ପଂଚାୟତର ସରପଂଚ ରଶ୍ମିତା ସେଠୀ,ସମ୍ମାନୀତ ଅତିଥିଭାବେ କୁଳୁମା ସରପଂଚ ନିଶାକର ବିଶ୍ୱାଳ, ଅବସରପ୍ରାପ୍ତ ଶିକ୍ଷକ ଅଶୋକ ମହାନ୍ତି,ସ୍ୱେଚ୍ଛାସେବୀ ରିଙ୍କୁ ଚରଣ ସାହୁ ଓ ପ୍ରଶିକ୍ଷକ ସୁଶାନ୍ତ କୁମାର ସାମଲ ଯୋଗ ଦେଇ ଯୁବକ,ଯୁବତୀଙ୍କୁ କମ୍ପ୍ୟୁଟର ଶିକ୍ଷାର ସଦୁପୋଯୋଗ କରିବା ତଥା ଦେଶର ପ୍ରଗତିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ନେହେରୁ ଯୁବ କେନ୍ଦ୍ର ଅନୁଗୋଳର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶିଶିର କୁମାର ସାମଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାସହ ଦେଶର ପ୍ରଗତିରେ ଯୁବକ, ଯୁବତୀ ମାନେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଯୁବ ସ୍ୱେଚ୍ଛାସେବୀ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ୩୦ଜଣ ଯୁବକ,ଯୁବତୀ ମାଗଣାରେ କମ୍ପୁ୍ୟଟର ଶିକ୍ଷା ହାସଲ କରିବେ ।

Leave a Reply

Your email address will not be published. Required fields are marked *