ଓଡ଼ିଶା

ନେସ୍କୋ ଜୁନିଅର ଇଞ୍ଜିନିୟର ଭିଜିଲାନସ ଦ୍ୱାରା ଗିରଫ

ଖଇରା, ୨୫/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ନେସ୍କୋ ଅଫିସ ଅଧିନରେ ଥିବା ଖଇରା ସେକ୍ସନ ଅଫିସର ଜୁନିୟର ଇଞ୍ଜିନିୟର ଆଜି ଦିବା ପ୍ରାୟ ୧୧ ଘଟିକା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଘଟଣାରୁ ଯାହା ଜଣାପଡିଛି ଜୁନିୟର ଇଞ୍ଜିନିୟର କୌସ୍ତୁଭ ମହାପାତ୍ର ଖଇରା ବ୍ଲକର ପାରିଖମା ଗ୍ରାମବାସୀଙ୍କୁ ଟ୍ରାନ୍ସଫର୍ମାର ଯୋଗାଇ ଦେବାପାଇଁ ଆଜି ୧୫୦୦ଟଙ୍କା ଲାଞ୍ଚ ନେଉଥିଲାବେଳେ ପୂର୍ବ ପ୍ରସ୍ତୁତି ଅନୁଯାଇ ଭିଜିଲାନ୍ସ ଟିମଙ୍କ ଦ୍ୱାରା ଗିରଫ ହୋଇଛନ୍ତି। ଗ୍ରାମର ଗ୍ରାମବାସୀ ରମାକାନ୍ତ ରାଉତଙ୍କଠାରୁ କାର୍ଯ୍ୟାଳୟ ସମ୍ମୁଖରେ ସେ୧୫୦୦ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁକରିନେଇଥିଲେ। ଉକ୍ତ ଚଢଉରେ ଭିଜିଲାନ୍ସ ଡିଏସପି ମାଗ୍ରା ଖୁଦ୍ରୁ, ଇନିସପେକ୍ଟର ଅନିରୋଧ ନାୟକ, ସବିତା ବେହେରା, ଲକ୍ଷ୍ମୀନାରାୟଣ ମୁଖି, ସବ-ଇନିସପେକ୍ଟର ମନୋରଞ୍ଜନ ସାହୁ ପ୍ରମୁଖ ଉକ୍ତ ଚଢାଉରେ ସାମିଲ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top