ନେପାଳ ନରେଶ ଶ୍ରୀ ଜ୍ଞାନେନ୍ଦ୍ର ୫ଦିନିଆ ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଲେ

ଭୁବନେଶ୍ୱର, ତା ୭/୨ (ଓଡ଼ିଆ ପୁଅ) : ପୂର୍ବ କାର୍ଯ୍ୟକ୍ରମମତେ ନେପାଳ ନରେଶ ଶ୍ରୀ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହାଦେବ ଆଜି କଲିକତାରୁ ଆସି ଠିକ୍ ଘ.୧୦.୨୦ମିନିଟ୍ ସମୟରେ ବିମାନ ବନ୍ଦରରେ ଓହ୍ଲାଇବା ପରେ ଶ୍ରୀ ଗୋବର୍ଦ୍ଧନ ପୀଠ ଓ ପଟ୍ଟାଭିଷେକ ସଞ୍ଚାଳନ କମିଟି ପକ୍ଷରୁ ଡଃ ବଦ୍ରିନାଥ ପଟ୍ଟନାୟକ ଓ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ପ୍ରଦାନ କରି ସ୍ଵାଗତ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ସଚିବ ଆଲୋକ କୁମାର କର ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଏହା ପରେ ମହାରାଜାଙ୍କୁ ଶ୍ରୀ ଗୋବର୍ଦ୍ଧନ। ପୀଠର ପଣ୍ଡିତମାନେ ବେଦମନ୍ତ୍ର ସହ ସିନ୍ଦୂର ଚନ୍ଦନ ପ୍ରଦାନ କରି ବନ୍ଦାପନା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ପାଳ, ବିବେକାନନ୍ଦ ପାତ୍ର, ଡଃ ମନୋଜ ଲେଙ୍କା ଓ କୈଳାସନାଥ ମହାପାତ୍ର ପ୍ରମୁଖ ସାମିଲ୍ ହୋଇଥିଲେ । ସାମ୍ବାଦିକମାନଙ୍କ ଜରିଆରେ ଶ୍ରୀ ଜ୍ଞାନେନ୍ଦ୍ର ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ସମ୍ପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିବା ପାଇଁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କ ପଟ୍ଟାଭିଷେକ ୨୫ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଗଦାନ କରିବା ସହ ସ୍ବାମୀଜୀଙ୍କ ଦର୍ଶନ ପାଇଁ ଆସିଛନ୍ତି। ପ୍ରଭୁ ଶ୍ରୀ ଲିଙ୍ଗରାଜ, ଶ୍ରୀ ଗୋପୀନାଥ, ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ୧୨ ତାରିଖରେ ଫେରିଯିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *