ଓଡ଼ିଶା

ନେପାଳ ନରେଶ ରତ୍ନ ବେଦୀରେ ଶ୍ରୀଜିଉଙ୍କୁ ପୂଜା କରିବେ

ପୁରୀ, ୬/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): : – ଆସନ୍ତା ୧୧ ତାରିଖ ଦିନ ନେପାଳ ନରେଶ ବୀରବିକ୍ରମ ସାହାଦେବ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚଢି ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା ଅର୍ଚ୍ଚନା କରିବେ। ଗତକାଲି ଛତିଶା ନିଯୋଗର ବୈଠକରେ ନିତୀ ନିର୍ଘଟଂ ଚୂଡାନ୍ତ ହୋଇଛି। ନିଷ୍ପତି ଅନୁଯାୟୀ ୧୧ ତାରିଖ ଭୋର ୩ ଟାରୁ ଦ୍ୱାର ଫିଟିବ। ୩ ଟାରୁ ୯.୩୦ ମଧ୍ୟରେ ମଙ୍ଗଳା ଆଳତୀ, ଅବକାଶ.ଗୋପାଳ ବଲ୍ଲଭ, ସକାଳ ଧୂପ ଓ ଭୋଗମଣ୍ଡପ ନିତୀ ଶେଷ କରାଯିବ। ଏହା ପରେ ୯.୩୦ ରୁ ଭିତର ଦେ୍ଦ୍ ଆରମ୍ଭ ହୋଇ ୧୦.୩୦ ପର୍ଯ୍ୟନ୍ତ ଚାଲିବ।୧୧ ଟା ବେଳେ ନେପାଳ ନରେଶ ଦକ୍ଷିଣ ଦ୍ୱାର ଓ ମୁଦୁଲି ଦ୍ୱାର ଦେଇ ଜଗମୋହନରେ ପ୍ରବେଶ କରିବେ। ସେଠାରୁ ଜୟବିଜୟ ଦ୍ୱାର ଦେଇ ଗର୍ଭଗୃହକୁ ଯିବେ। ରତ୍ନ ସିଂହାସନରେ ସ୍ୱତନ୍ତ୍ର ଆଳତୀ କରିବା ସହ ଭୋଗ ଓ ଭେଟି ପ୍ରଦାନ କରିବେ। ସେଠାରେ ସେ ପାଖାପାଖୀ ୧ ଘଂଟା ପୂଜାର୍ଚ୍ଚନା କରିବେ। ଏଣୁ ୯.୩୦ ରୁ ୧୨.୩୦ ମିନିଟ ପର୍ଯ୍ୟନ୍ତ ନେପାଳ ନରେଶ ଶ୍ରୀମନ୍ଦିର ଭିତରେ ଥିବା ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୈାଣସି ଭକ୍ତଙ୍କୁ ଛଡା ଯିବ ନାହିଁ ବୋଲି ନିଷ୍ପତି ହୋଇଚଇ। ଛତିଶା ନିଯୋଗର ସଦସ୍ୟ ମାନେ ସହମତୀ ଭିତରେ ଏହି ନିଷ୍ପତି ନେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ଡଃ ସାର୍ଥକ ଷଢଙ୍ଗୀ, ନିତୀ ପ୍ରଶାସକ ପ୍ରଦୀପ ଦାସ, ସୁରକ୍ଷା ପ୍ରଶାସକ ପ୍ରଫୁଲ ମିଶ୍ରଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତିାମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top