ଜିଲ୍ଲା ପରିକ୍ରମା

ନେତାଜୀ ସୁବାଷ ବାହିନୀ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ନେତାଜୀଙ୍କ ଆଦର୍ଶେରେ ଅନୁପ୍ରାଣିତ ହୁଅ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମଙ୍ଗଳବାର ନେତାଜୀ ସୁବାସ ବାହିନୀ ପକ୍ଷରୁ ନେତାଜୀ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଟାଉନ ହଲ ଠାରୁ ଏକ ବାଇକ୍ ଶୋଭାଯାତ୍ରା ଆରମ୍ଭ ହୋଇ ଆରଡି ଛକ, ଚରମ୍ପା, ଡାହାଣିଗଡିଆ, ଦେଇ ପୁଣି ଟାଉନ ଡଲରେ ପହଞ୍ଚିଥିଲା। ବାଇକ ଶୋଭାଯାତ୍ରାରେ ଶତାଧିକ ବାଇକ୍ ସାମିଲ ଥିଲା। ନେତାଜୀ ସୁବାସ ବୋଷ ଓ ଭାରତମାତାଙ୍କ ଫଟୋଚିତ୍ର ସମ୍ବଳିତ ଏକ ସୁସଜ୍ଜିତ ରଥ ପରିକ୍ରମା କରିଥିଲା। ସ୍ୱେଚ୍ଛାସେବୀ ସଂଗଠନ ନେତାଜୀ ସୁବାସ ବାହିନୀର ସଭାପତି ବିକାଶ ଶ୍ରେଷ୍ଠାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ତଥା ଧାମନଗର ବିଡିଓ ଡ. ନରହରି ବେହେରା ଯୋଗ ଦେଇ ଅର୍ଥ ଦ୍ୱାରା ସମ୍ପର୍କ କିଣି ହୁଏ ନାହିଁ ବରଂ ସେବା ଦ୍ୱାରା ସମ୍ପର୍କ ମଜବୁତ ହୁଏ ସମାଜରେ ମଣିଷ ଅନ୍ୟର ସେବା କରି ନିଜକୁ ଧନ୍ୟ ମନେ କରିବା ଉଚିତ ବୋଲି ନିଜ ବକ୍ତବ୍ୟେରେ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାକର ମଳ୍ଲିକ ଯୋଗ ଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଛାତ୍ର ଜୀବନରୁ ହିଁ ସେବା ପ୍ରତି ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଡ. ପ୍ରିୟକୃଷ୍ଣ ନନ୍ଦ ଅବଧୂତ ଯୋଗ ଦେଇ ସେବା ହିଁ ପରମ ଧର୍ମ ବୋଲି କହିଥିଲେ। ସଂଗଠନର ସଦସ୍ୟ ଆଶିଷ ପଲେଇ ଅତିଥି ନିମନ୍ତ୍ରଣ କରିଥିବା ବେଳେ ପ୍ରଭାକର ସାମଲ ଅତିଥି ପରିଚୟ ଦେଇଥିଲେ। ରୋହିତ ସାହୁ ଓ ନୀଳଲୋହିତ ଜେନା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ବାହିନୀର ସମ୍ପାଦକ ଅମିୟାଂଶୁ ସାହାଣୀ ସମ୍ପାକଦୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରେ ହୋଇଥିବା ବିଦ୍ୟାଳୟ ସ୍ତରୀୟ ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସମେତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ଯୋଗେଶ ଶର୍ମା, ସହସମ୍ପାଦକ ସତ୍ୟସାଇ ପରିଡା, କୋଷାଧ୍ୟକ୍ଷ ବିକାଶ ରଞ୍ଜନ ଦାସ, ରଶ୍ମିରଞ୍ଜନ ସାହୁ, ଦେବଜ୍ୟୋତି ରଥ, ସୁଦର୍ଶନ ମହାଳିକ, ସୌରଭ ଦାସ, ସଦାଶିବ ସେଠୀ, ଦୀପକ କୁମାର ସାହୁ, ଶିବାନନ୍ଦ ଭଟ୍ଟାଚାର୍ଯ୍ୟ, ପ୍ରଶାନ୍ତ ନାୟକ, ରାଜୁ ମହାଳିକ, ରୋହିତ ସାହୁ, ମୃତ୍ୟୁଞ୍ଜୟ ମିଶ୍ର, ନିର୍ମଳ ସାହୁ, ଅଜୟ ଶ୍ରେଷ୍ଠା, ମନୋରଞ୍ଜନ ବେହେରା, ଆଶିଷ ପଲେଇ, ଚନ୍ଦନ କୁମାର ବାରିକ, ଶୁଭେନ୍ଦୁ ମଲ୍ଲିକ, ଜ୍ଞାନରଞ୍ଜନ ପାଣିଗ୍ରାହୀ, ଜ୍ୟୋତିରାଦିତ୍ୟ, ଜଗନ୍ନାଥ ଜେନା, ଉଦିତ୍ ନାରାୟଣ ମହାନ୍ତି, ସୁବ୍ରତ ରାଉତ, ସୂରଜ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top