ad
ଜିଲ୍ଲା ପରିକ୍ରମା

ନେତାଜୀ ଯୁବକ ସଂଘ ର ରକ୍ତଦାନ ଶିବିର : ୬୦ ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରଞ୍ଜମାଳ ଠାରେ ଥିବା ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅଣୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇ ଯାଇଛି । ଏହି ଶିବିରକୁ ଧାମରା ମେଡିକାଲର ଡା. ଜନ୍ମେଞୟ ବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଭଦ୍ରକ ବ୍ଲଡ ବ୍ୟାଙ୍କର ଡା, ସାଧୁସୁଦନ ବେହେରା, ସହକାରୀ ପ୍ରକାଶ ରାଉତ, ରତିକାନ୍ତ ଭଳ ପ୍ରମୁଖ ଏହି ରକ୍ତ ସଂଗ୍ରହ କରିବାରେ ସହ ଯୋଗ କରିଥିଲେ । କରଞମାଳ ପଂଚାୟତରେ ଥିବା ନୋଡାଲ ଏନଜିଓ ସଂସ୍ଥାର ନିତ୍ୟାନନ୍ଦ ପ୍ରଧାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିବା ବେଳେ ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ନେତାଜୀ ଯୁବକ ସଂଘର ସଂପାଦକ ରମେଶ ବାରିକ,ସଭାପତି  ଭାଗିରଥି ସୂତାର,ଉପ ସଭାପତ ିପ୍ରମୋଦ ନାୟକ,ଜଗବନ୍ଧୁ ମାନ୍ନା, ଅର୍ଝୁନ ଦାସ, ତପନ ନାୟକ, କିଶୋର ମାଝୀ, ଗଣେଷ ବେହେରା, ମହେଶ୍ୱର ଦାସ, ସଂଜୟ ବାରିକ, ବଳରାମ ମାନ୍ନା, ନରହରି ମଲିକ, ବଳରାମ ପରିଡ. ବଳରାମ ଦାସ, ସୁରେନ୍ଦ୍ର ନାୟକ, ବିଜୟ ବଳ, ଗୋପବନ୍ଧୁ ନାୟକ,ରବିନ୍ଦ୍ର ସୁତାର ଏବଂ ଅକ୍ଷୟ ମାଝୀ ପ୍ରମୁଖ ଏହି ରକ୍ତଦାନ ଶିବିରରେ ସହଯୋଗ ଏବଂ ଅଂଶ ଗ୍ରହଣ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top