ଜିଲ୍ଲା ପରିକ୍ରମା

ନୂତନ ହାଟପିଣ୍ଡି ଗୃହ ବଣ୍ଟନରେ ଅନିୟମିତତାନେଇ ବିଡିଓଙ୍କୁ ଅଭିଯୋଗ କଲେ ପୁରୁଣା ବ୍ୟବସାୟୀ

ଖଇରା, ୧୬/୬/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧିନ ଅଡା ଅଲାରପୁର ହାଟରେ ନବ ନିର୍ମିତ ହାଟପିଣ୍ଡି ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଖଇରା ବିଡିଓ ମହେଶ ଚୌଧୁରୀଙ୍କ ନିକଟରେ ଶୁକ୍ରବାର ଦିନ ପୁରୁଣା ବ୍ୟବସାୟୀ ମାନଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପୁରୁଣା ଉଠା ଦୋକାନୀ ମାନଙ୍କୁ ପକ୍କାପିଣ୍ଡିର ବ୍ୟବସ୍ଥା କରାଯାଇଛି। ଗୋଟିଏ ଛାତ ତଳେ ୭୦ଜଣ ବ୍ୟବସାୟୀଙ୍କ ବସିବା ନିମିତ୍ତ ପିଣ୍ଡି ନିର୍ମାଣ କରାଯାଇଛି। ଜୁନ ୩ ତାରିଖରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏବେ ପିଣ୍ଡି ବଣ୍ଟରେ ପ୍ରିୟାପ୍ରିତି ନୀତି ପୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। କିଛି ବ୍ୟବସାୟୀଙ୍କୁ ଘର ଯୋଗାଇଦେବାକୁ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ୩ ହଜାର୧ଶହ ରୁ ୫ ହଜାର୧ଶହ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ପୁର୍ବରୁ ଯେଉଁ ସ୍ଥାନରେ ଯେଉଁ ଦୋକାନୀ ବସିଥିଲେ ସେ ସ୍ଥାନ ଅନ୍ୟ ବ୍ୟବସାୟୀଙ୍କୁ ଦିଆଯାଉଥିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ସରପଞ୍ଚ ସସ୍ମିତା ତିଆଡିଙ୍କୁ ପଚାରିବାରେ ବ୍ୟବସାୟୀ ମାନଙ୍କ ନିକଟରୁ ଅମାନତ ଜମା ବାବଦକୁ ୩ ହଜାର୧ଶହ ଟଙ୍କା କରି ଆଦାୟ କରାଯାଇଛି। କିଛି ବ୍ୟବସାୟୀଙ୍କୁ ରସିଦ ଦିଆଯାଇଛି। ରସିଦ ପାଇନଥିବା ଆଉ କିଛି ବ୍ୟବସାୟୀଙ୍କୁ ଖୁବ ଶୀଘ୍ର ରସିଦ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନିୟମିତତା ହୋଇଥିବା ବିଷୟକୁ ସରପଞ୍ଚ ଅସ୍ୱିକାର କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top