ଜିଲ୍ଲା ପରିକ୍ରମା

ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

ଖଇରା, ୧୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତ ଚୁନନଟି ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ୟାମସୁନ୍ଦର ଜୀଉଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପରେଶ ଦକ୍ଷିଣରାୟଙ୍କ ଅଧ୍ୟକ୍ଷତାରେ ଦକ୍ଷିଣରାୟ ପରିବାରବର୍ଗ ସହିତ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତି କ୍ରମେ ଆସନ୍ତା ୧୪/୭/୧୮ ଓ ୧୫/୭/୧୮ଦୁଇ ଦିନଧରି ଅନୁଷ୍ଠିତ ହେବାକୁ ଯାଉଥିବାର ଗ୍ରାମର ଦକ୍ଷିଣରାୟ ପରିବାରବର୍ଗ ଓ ଗ୍ରାମବାସୀମାନଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ୧୪ ତାରିଖ ସକାଳ ୭ ଘଟିକାରେ ଅଧିବାସ, ଦିବା ୩ ଘଟିକାରେ ଦଧିନଉତି ପୂରଣ, ଦିବା ୫ଘଟିକାରେ କଳସ ସ୍ଥାପନର କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ୧୫ ତାରିଖ ସକାଳ ୬.୩୦ ମି.ରେ ଷୋଢଶ ଉପଚାର ପୂଜା, ସକାଳ ୭ ଘଟିକାରେ କଳସ

ଶୋଭାଯାତ୍ରା, ୮ଘଟିକାରେ ପ୍ରତିଷ୍ଠା ଦିବସ ଆରମ୍ଭ, ଅପରାହ୍ନ ୪ ଘଟିକାରେ ଚକ୍ର ସ୍ଥାପନ, ଅପରାହ୍ନ ୪.୩୦ ମି.ରେ ନେତ ସ୍ଥାପନ ଓ ରାତ୍ର ୮ ଘଟିକାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବାର କାର୍ଯ୍ୟସୂଚୀରେ ଦର୍ଶାଯାଇଛି ବୋଲି ବୈଠକରେ ସ୍ଥିର ହୋଇଥିଲା। ଶୁଭେନ୍ଦୁମୁନି ଉଦାସୀନ, ନାରାୟଣ ଚନ୍ଦ୍ର ଦକ୍ଷିଣରାୟ, ସନ୍ତୋଷ ଦକ୍ଷିଣରାୟ, ପ୍ରଭାସ ଦକ୍ଷିଣରାୟ, ସୁବାସ ଦକ୍ଷିଣରାୟ, ଉତ୍ତମ ଦକ୍ଷିଣରାୟ, ଦାମୋଦର ଦକ୍ଷିଣରାୟ, ଉପେନ୍ଦ୍ର ବେଜ, ଇନ୍ଦ୍ରମଣୀ ଦାସ, ଶ୍ୟାସୁନ୍ଦର ରାଉତ ଓ ଲକ୍ଷ୍ମୀଧର ରାଉତ ପ୍ରମୁଖ ବୈଠକରେ ଉପସ୍ଥିତ ରହି ପ୍ରସ୍ତୁତି ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଠାରେ ପ୍ରକାଶ ଥାଉକି ଦିବା ୧୦ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ପ୍ରସାଦସେବନର ବ୍ୟବସ୍ଥା ଥିବାରୁ ଅଂଚଳବାସୀଙ୍କୁ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗଦାନରି ପ୍ରସାଦସେବନର ସୁଯୋଗନେବାକୁ ଦକ୍ଷିଣରାୟ ପରିବାର ବର୍ଗ ସହିତ ଗ୍ରାମବାସୀ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top