Home କୋରାପୁଟ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

92

କୋରାପୁଟ ;ତା୧୦-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଯୁବ ଓଏଏସ ଅଧିକାରୀ ନରେନ୍ଦ୍ର ନାୟକ କୋରାପୁଟ ବିଡିଓ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୧ ବ୍ୟାଚର ଶ୍ରୀ ନାୟକ ଏହା ପୂର୍ବରୁ ମାଲକାନଗିରି ଜିଲା ମୋଟୁ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଅତିରିକ୍ତ ବିଡିଓ ସଦାଶିବ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ନୂଆ ବିଡିଓଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ସେ ବ୍ଲକରେ ଚାଲିଥିବା ଆବାସ ଯୋଜନା, ସ୍ୱଚ୍ଛ ଭାରତ ଓ ଅନ୍ୟାନ୍ୟ ଉଇନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଲୋକଙ୍କର ନିକଟତର ହୋଇ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଯେପରି ସଫଳତା ଆଣିପାରିବ ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.