ନୂତନ ଥାନା ଆଇଆଇସିଙ୍କୁ ମାନବାଧିକର ମିଶନ ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଆଗରପଡ଼ା ଥାନାରେ ମାନସ ଦେଓ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି। ଗତ ୩ ମାସ ଧରି ଏହି ପଦବୀଟି ଖାଲି ପଡ଼ିଥିଲା। ମାନବାଧିକାର ମିଶନ ବ୍ଲକ୍ ସଭାନେତ୍ରୀ ମୋନାଲିସା ମହାନ୍ତି, ଜିଲ୍ଲା ମିଡ଼ିଆ ସେଲ ସଂପାଦକ ବିନୋଦ ଧଳ ସାମନ୍ତ, ଜିଲ୍ଲା ମହିଳା ମଣ୍ଡଳ ଅଧିକାରୀଣୀ ପ୍ରଜ୍ଞା ପ୍ରିୟଦର୍ଶନୀ ବାରିକ୍, ରତିକାନ୍ତ ସାହୁ, ଗୀତାରାଣୀ ଦାସ ପ୍ରମୁଖ ଆଇଆଇସିଙ୍କୁ ସୋ÷ଜନୀମୂଳକ ଭାବେ ସାକ୍ଷାତ୍ କରି ଆଗରପଡ଼ା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ଦେଓ ଏଥିପୂର୍ବରୁ ବାଲେଶ୍ୱର ସହଦେବ ଖୁଣ୍ଟା, ବସ୍ତା, ସୋର, ନାଏକାଣୀ ଡ଼ିହି ଆଦି ଥାନା ଆଇଆଇସି ଭାବେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି।

Leave a Reply

Your email address will not be published. Required fields are marked *