ଓଡ଼ିଶା

ନୂତନ ଜିଲ୍ଲାପାଳଙ୍କର ପ୍ରଥମ ଜନଶୁଣାଣୀ

ହରିଚନ୍ଦନପୁର, ତା୧୨.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ପ୍ରଥମ ଜନଶୁଣାଣୀ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ କେନ୍ଦୁଝର ଏସ୍ପି ରାକେଶ ପଣ୍ଡିତ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୨୨୪ଟି ନାନା ପ୍ରକାରର ସମସ୍ୟା ବାବଦରେ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରୁ ୮୨ଟି ଘର, ୪୭ଟି ରେଶନ କାର୍ଡ, ୫୪ ପାନୀୟ ଜଳ, ୦୪ଟି ବିଦ୍ୟୁତ ସମସ୍ୟା, ୦୭ଟି ସ୍ୱାସ୍ଥ୍ୟ, ୧୨ଟି ରାସ୍ତା ସମସ୍ୟା, ୦୫ଟି ଗ୍ରାମ୍ୟ ସମସ୍ୟା ମୂଳକ ଓ ବ୍ୟକ୍ତିଗତ ସମସ୍ୟାମାନର ଅଭିଯୋଗ ରହିଥିଲା। ଏଥିରେ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଏସଡିପିଓ ଓ ବିଡିଓ ସୁଶାନ୍ତ କୁମାର ପତି, ତହସିଲଦାର, ଏବିଡିଓ ବିପ୍ରଚରଣ ପ୍ରଧାନ, ଥାନା ଅଧିକାରିଣୀ ଗୁରୁବାରୀ ହେମ୍ବ୍ରମ, ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷାଅଧିକାରିଣୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଅଧିକାରୀ ଯୋଗ ଦେଇଥିବା ସହ ଅଭିଯୋଗ ଗୁଡିକକୁ ଅନୁଧ୍ୟାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top