ନୂତନ ଜଗନ୍ନାଥ ମନ୍ଦିରର ଭୂମିପୂଜନ ଉସôବ ପାଳିତ

ଖଡିଆଳ/ନୂଆପଡା-୩୧.୧୦.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ଠାରେ ଏକ ଜଗନ୍ନାଥ ମନ୍ଦିର ସ୍ଥାପନ ନେଇ ଆଜି ଭୂମି ପୂଜନ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ଶିବଦୁର୍ଗା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ ନିଷ୍ପତ୍ତି ହୋଇଅଛି । ଖଡିଆଳ ଠାରେ ଜଗନ୍ନାଥ ସଂସ୍କତିର ଅନ୍ୟନ୍ୟ ପରମ୍ପରା ଦେଖିବାକୁ ମିଲେ । ଖଡିଆଳ ଠାରେ ୩ ଗୋଟି ଜଗନ୍ନାଥ ମନ୍ଦିର ପୂର୍ବରୁ ସ୍ଥାପିତ ହୋଇଥିବା ବେଲେ ଏହି ନୂତନ ମନ୍ଦିରରେ ଚତୁର୍ଦ୍ଧା ମୁରତୀ ସ୍ଥାପିତ ହୋଇ ଭକ୍ତଙ୍କ ଦର୍ଶନ ନିମନ୍ତେ ପୂଜାର୍ଚ୍ଚନା କରାଯିବା ବୋଲି ନିଷ୍ପତ୍ତି ହୋଇଅଛି । ମନ୍ଦିର ନିର୍ମାଣ ନେଇ ଖଡିଆଳ ଠାରେ ଏକ ବଦାଣ୍ୟ ବ୍ୟକ୍ତି ୩୮ ଡିସିମିଲ ଘରୋଇ ଜମି ପ୍ରଦାନ କରିଥିବା ବେଲେ ମନ୍ଦିର ନିର୍ମାନ କାର୍ଯ୍ୟରେ ବହୁ ବଦାଣ୍ୟବ୍ୟକ୍ତିର ସହଯୋଗ ପ୍ରଦାନର ସ୍ୱକୃତି ଦେଇଛନ୍ତି । ଖଡିଆଳ ଠାରେ ପୂର୍ବରୁ ୩ ଗୋଟି ମନ୍ଦିରରେ ୩ ଠାକୁର ତିନି ଅବତାରରରେ ପୂଜା ପାଉଥିବା ବେଲେ ଦଧିବାମନ ମନ୍ଦିରରେ ବାମନ ଅବତାର,ମଝିଆଗୁଡିରେ ମଦନମୋହନ ଏବଂ ସାନଗୁଡିରେଏ ପତିତପାବନ ଅବତାରେ ପୂଜା ପାଉଛନ୍ତି । ନୁତନ ନିର୍ମିତ ଏହି ମନ୍ଦିରରେ ଜଗନ୍ନାଥ,ବଲଭଦ୍ର,ଶୁଭଦ୍ରା ଏବଂ ମାଁ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉସôବରେ ରାଜ ପୁରୋହିତ ପ୍ରଫୁଲ୍ଲ ରଥ ପୁରୋହିତ୍ୟ କାର୍ଯ୍ୟ କରିଥିବା ବେଲେ ଅକ୍ଷୟ ଧଳ,ବାପି ପଟ୍ଟନାୟକ,ତପନ ଦାଶ,ରିଙ୍କୁ ଖାଣ୍ଡୁଜା,ଦେବୀ ଅଗ୍ରୱାଲ,ଜିତେନ୍ଦ୍ର ନାଥ ପାଢୀ,ଶଙ୍କର କଟା ସହ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *