ad
ଓଡ଼ିଶା

ନୂତନ ଓଡ଼ିଶା ଚିନ୍ତନ ସମ୍ମେଳନ

ଭୁବନେଶ୍ୱର, ତା:୧୨.୧୦.୧୮ (ଓଡ଼ିଆ ପୁଅ) ଆସ୍ଥା ଫାଉଣ୍ଡେଶନ ପକ୍ଷରୁ ଆଗାମୀ ୧୪ ଅକ୍ଟୋବର ଦିନ ବାଙ୍ଗାଲୋରଠାରେ ‘ନୂତନ ଓଡ଼ିଶା ଚିନ୍ତନ ସମ୍ମେଳନ’ ନାମରେ ଏକ ବୁଦ୍ଧିଜୀବି ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ‘ସଂବୃଦ୍ଧ ଓଡ଼ିଶା ଗଠନରେ ବୁଦ୍ଧିଜୀବିଙ୍କ ଭୂମିକା’ ଶୀର୍ଷକ ଏକ ଗୋଷ୍ଠୀଗତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଟ୍ରଷ୍ଟର ଅଧ୍ୟକ୍ଷ ଡ଼କ୍ଟର ଷ୍ଟାଲିନ ମିଶ୍ରଙ୍କ ପ୍ରକାଶ କରିଛନ୍ତି ଯେ, ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଏହି ଚିନ୍ତନ ସମ୍ମେଳନର ବିତର୍କରେ ଅଂଶଗ୍ରହଣ କରିବାପାଇଁ ଆମନ୍ତ୍ରଣ କରାଯାଇଛି। ତଦନୁସାରେ ବିଜୁ ଜନତା ଦଳର ବିଧାୟକ ତଥା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ଅମର ପ୍ରସାଦ ଶତପଥୀ, ଉତ୍କଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ଏଥିରେ ଅଲୋଚକ ଭାବରେ ଯୋଗଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି। ବାଙ୍ଗାଲୋର କେନ୍ଦ୍ର ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀ ପି.ସି.ମୋହନ ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ। ଏହି ପରିପ୍ରେକ୍ଷୀରେ ନିମନ୍ତ୍ରୀତ ଅଲୋଚକମାନଙ୍କ ସହିତ ଉପସ୍ଥିତ ଜନତାଙ୍କ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାର ସଂବୃଦ୍ଧି ଦିଗରେ ଚିନ୍ତନ ତଥା ଭାବ ଆଦାନ ପ୍ରଦାନ କରାଯିବ।

ଏହି ସମ୍ମେଳନ ସକାଶେ ଡ଼କ୍ଟର ଷ୍ଟାଲିନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାଂଗଠନିକ କମିଟିରେ,   ଇଂ ସୁନୀଲ ବେହେରା, ଶ୍ରୀ ସରୋଜ ପରିଡ଼ା, ଇଂ ଧର୍ମେନ୍ଦ୍ର ସାମଲ, ଇଂ ଶର୍ମିଳା ମଂଗରାଜ, ଇଂ ପ୍ରଣୟ ପଣ୍ଡା, ଇଂ ପ୍ରମୋଦ ଶର୍ମା ଏବଂ ଆସ୍ଥା ଫାଉଣ୍ଡେସନର ଟ୍ରଷ୍ଟ ବୋର୍ଡର ସଭ୍ୟ ଡ଼ ଗୌରୀଶଂକର ପଟ୍ଟନାୟକ,  ଇଂ ବୁଲେନ ମିଶ୍ର ଓ ଶ୍ରୀ ଉମାକାନ୍ତ ଶତପଥୀ ଆଦି ସଭ୍ୟ ଅଛନ୍ତି। ବାଙ୍ଗାଲୋର ତଥା ଆଖପାଖ ଅଂଚଳର ପ୍ରବାସୀ ଓଡ଼ିଆମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top