କୋରାପୁଟ

ନୂତନ ଏଡିଏମଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ ; ତା୧୨-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ସୁଜାତା ମିଶ୍ର କୋରାପୁଟର ଅତିରିକ୍ତ ଜିଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ।ଗତ ସପ୍ତାହରେ ସୁଜାତା ମିଶ୍ରଙ୍କୁ ରାଜ୍ୟ ସରକାର କୋରାପୁଟ ଏଡିଏମ ଭାବେ ନିଯୁକ୍ତି ଦେଇଥିଲେ । ସେ ଏଡିଏମ ଦାୟିତ୍ୱ ସହ ମେଡିକାଲ କଲେଜ ପ୍ରଶାସନିକ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି ଜଣା ପଡିଛି । ପୂର୍ବର୍ରୁ ଶ୍ରୀମତି ମିଶ୍ର କୋରାପୁଟ ଜିଲପାଳ କାର୍ଯ୍ୟାଳୟରେ ଜରୁରୀ କାଳୀନ ଅଧିକାରୀ, ସେମିଲିଗୁଡା ତହସିଲଦାର ଓ ସଦର ବ୍ଲକ ବିଡିଓ ଭାବେ କାର୍ଯ୍ୟ କରିଥିଲେ ।କୋରାପୁଟ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ , ସତ୍ୟ ନାରାୟଣ ପ୍ରଧାନ , ପ୍ରସନ୍ନ କୁମାର ନାୟକ ପ୍ରମୁଖ କାର୍ଯ୍ୟାଳୟରେ ପହଂଚି ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top