ନୂତନ ଆଇଆଇସିଙ୍କ ଯୋଗଦାନ

ହାଟଡ଼ିହି, ୨୮/୮ : (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନାରେ ନୁତନ ଆଇ.ଆଇ.ସି ଭାବେ ଦିବ୍ୟକାନ୍ତୀ ଲାକ୍ରା ଯୋଗଦାନ କରିଛନ୍ତି। ସେ ପୁର୍ବରୁ ଝୁମ୍ପୁରା ଓ ତୁରୁମୁଙ୍ଗା ଥାନା ଅଧିକାରୀ ଭାବେ କାର୍ଯ୍ୟକରି ୨୦୧୬ରେ ସୁନ୍ଦରଗଡ ଜିଲ୍ଲାକୁ ବଦଳି ହୋଇ ଯାଇଥିଲେ। ସେ ରାଉରକେଲାର ଉଦିତନଗର ଥାନାର ଆଇ.ଆଇ.ସି ଭାବେ କାର୍ଯ୍ୟକରୁଥିବା ବେଳେ ଦୁଇଦିନ ତଳେ ତାଙ୍କର କେନ୍ଦୁଝର ଜିଲ୍ଲାକୁ ବଦଳି ହୋଇଥିଲା। ଗତକାଲି ତାଙ୍କୁ ନନ୍ଦିପଦା ଥାନାରେ ଯୋଗଦେବାକୁ ନିର୍ଦ୍ଦେଶ ମିଳିବାପରେ ସେ ଆଜି ନନ୍ଦିପଦା ଥାନାରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ଆଜି କାର୍ଯ୍ୟରେ ଯୋଗେଦେବାପରେ ଥାନା ଅଞ୍ଚଳରେ ଆଇନି ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *