ନୂତନ ଅଙ୍ଗନଓ୍ବାର୍ଡିକେନ୍ଦ୍ର ଗୃହ ବେକାର,କୁନି କୁନି ପିଲା ପାଠପଢୁଛନ୍ତି ପର ଘର ବାରଣ୍ଡାରେ

ହରିଚନ୍ଦନପୁର,୦୬.୦୮(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରବ୍ଲକ ଅନ୍ତର୍ଗତ ଭଗାମୁଣ୍ଡାଗ୍ରାମ ପଞ୍ଚାୟତର ଗେହ୍ଲାମୁଣ୍ଡା ଗ୍ରାମରେ ଦିର୍ଘବର୍ଷପୂର୍ବରୁ ଅଙ୍ଗନଓ୍ବାର୍ଡି କେନ୍ଦ୍ର ନଥିବାରୁ ଅଙ୍ଗନଓ୍ବାର୍ଡିର କର୍ମୀ ତୁଳସୀ ମହାନ୍ତ କୁନି କୁନି ପିଲାମାନଙ୍କୁ ନିଜ ଘର ବାରଣ୍ଡାରେ ବସାଇ ଖରା,ବର୍ଷା,ଶୀତକୁ ନମାନି ସବୁ ସମୟରେ ପାଠ ପଢାଉଥିବାର ଦେଖିବାକୁ ମିଳିଛି ା ଚଳିତ ବର୍ଷ ଅଙ୍ଗନଓ୍ବାର୍ଡିକେନ୍ଦ୍ରର ଆବଶ୍ୟକତାକୁ ଦେଖି ସରକାରଙ୍କ ତରଫରୁ ଏକ ନୂତନ ଅଙ୍ଗନଓ୍ବର୍ଡି କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲା ା କିନ୍ତୁ ଦଃଖର ବିଷୟ କି ବର୍ତ୍ତମାନ ବର୍ଷାରେ କୁନି କୁନି ପିଲାମାନେ ସେହି ଅଙ୍ଗନଓ୍ବାର୍ଡି କର୍ମୀଙ୍କ ବାରଣ୍ଡାରେ ପାଣି ଛିଞ୍ଚା ଖାଇ ଉଦା ହୋଇ ପାଠ ପଢୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂତନ ନିର୍ମୀତ ଅଙ୍ଗନଓ୍ବର୍ଡି କେନ୍ଦ୍ରରଗୃହ ହସ୍ଥାନ୍ତର କରାଯାଇନଥିବାର ଅଭିଯୋଗ ହୋଇଛି ାଏସବୁ ଘଟଣା କୁ ଦେଖି ପିଲାମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ହରାଇବାକୁ ବସିଥିବାର ଦୃର୍ଷ୍ୟ ଦେଖିବାକୁ ମିଳିଛି ାବିଷେଶ ସୂର୍ତରୁ ପ୍ରକାଶ ଯେ ନୂତନ ଅଙ୍ଗନଓ୍ବାର୍ଡି କେନ୍ଦ୍ରର ଗୃହ ନିର୍ମାଣ କରିଥିବା ଠିକାଦାର ଆଜକୁ ଛଅମାସ ବିତିଯାଇଥିଲେ ମଧ୍ୟ ନିଜର ଖଟାଇଥିବା ପାଉଣା ପାଇନଥିବାରୁ ଗୃହଟିକୁ ହସ୍ଥାନ୍ତର କରିନାହାନ୍ତି ାଏଥିପ୍ରତି କେନ୍ଦୁଝର ଜିଲ୍ଲାପାଳ ଦୃଷ୍ଠିକୁ ଆଣିବା ସହ ଶିଶୁ ବିକାଶ ବିଭାଗର ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଠି ଦେଇ କୁନି କୁନି ପିଲାମାନଙ୍କର ଭବିସ୍ୟତ କୁ ଆଖି ଆଗରେ ରଖି ତୁରନ୍ତ ପଦକ୍ଷେପ ନେଇ ଅଙ୍ଗନଓ୍ବାର୍ଡି କେନ୍ଦ୍ରର ଗୃହଟିକୁ ହସ୍ଥାନ୍ତର କରିବାକୁ ଗେହ୍ଲାମୁଣ୍ଡାର ଗ୍ରାମବାସୀଙ୍କ ଦାବି କରିଛନ୍ତି ା

Leave a Reply

Your email address will not be published. Required fields are marked *