ନୂଆ ଶିକ୍ଷାବର୍ଷର ସ୍କୁଲ ପ୍ରବେଶ ଉସôବ ଟଙ୍କା ୨୦୦ ରେ କେତେ କ’ଣ

ଭଦ୍ରକ,୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତକାଲି ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଛି । ବିଦ୍ୟାଳୟକୁ ଦେବାଳୟରେ ପରିଣତ କରିବା ପାଇଁ ଶିକ୍ଷକମାନଙ୍କୁ ନିଦେ୍ର୍ଦଶ ଆସିଛି । ଫୁଲ, ଚନ୍ଦନ, ନଡିଆ, କଳସ, କଦଳୀ ଗଛ, ବ୍ୟାନର, ଫଟୋ, ଶୋଭାଯାତ୍ରା, ମିଠା, ଜଳଖିଆ ସବୁ କରିବେ ପ୍ରଧାନ ଶିକ୍ଷକ । ସେଥିପାଇଁ ସେମାନଙ୍କୁ ୨୦୦ ଟଙ୍କା ଦିଆଯାଇଛି । ଏହି ଟଙ୍କାରେ ବିଦ୍ୟାଳୟ ଦେବାଳୟରେ ପରିଣତ ହେବ । ଯହାକୁ ନେଇ ଚିନ୍ତିତ ଶିକ୍ଷକମାନେ ଚିନ୍ତା କରୁଛନ୍ତି ୨୦୦ ରେ କେମିତି କାମ ଚଳାଇବେ । ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଅପ୍ରେଲ ୨ ତାରିଖ ଠାରୁ ଆରମ୍ଭ ହେଉଛି ନୂଆ ଶିକ୍ଷାବର୍ଷ । ଏହି ନୂଆ ଶିକ୍ଷାବର୍ଷ ଆରମ୍ଭ ପାଇଁ ଅପ୍ରେଲ ୨ ତାରିଖ ସୋମବାର ସକାଳ ୬ଟାରୁ ସକାଳିଆ ସ୍କୁଲ ବି ଆରମ୍ଭ ହୋଇଛି । ନୂଆ ଶିକ୍ଷାବର୍ଷକୁ ସର୍ବଶିକ୍ଷା ଅଭିଯାନ ସ୍କୁଲ ପ୍ରବେଶ ଉସôବ ନାମରେ ନାମିତ କରିଛି । ୬ଦିନ ଧରି ଅର୍ଥାତ୍ ଅପ୍ରେଲ ମାସର ପ୍ରଥମ ସପ୍ତାହଟି ଏକ ପ୍ରକାର ସ୍କୁଲ ପ୍ରବେଶ ଉସôବ ଭାବେ ପାଳିତ ହେବ । ଉସôବ ପାଳନକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଭାଳେଣି ପଡିଛି । କାରଣ ସ୍କୁଲ ପ୍ରବେଶ ଉସôବ ପାଳନ କରିବାକୁ ସରକାରଙ୍କ ଶିକ୍ଷା ବିଭାଗ କଡାକଡି ନିଦେ୍ର୍ଦଶ ଦେଇଛନ୍ତି । ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବେ । ପ୍ରଥମରୁ ଅଷ୍ଟମ ଯାଏ ନୂଆ ଛାତ୍ରଛାତ୍ରୀଙ୍କ ଆଡମିଶନ କରାଇବେ, ବିଶେଷକରି ପ୍ରଥମ ଶ୍ରେଣୀର ଆଡମିଶନ ଅଧିକ ହେବାକୁ ଲକ୍ଷ୍ୟ । ଏହି ସ୍କୁଲ ପ୍ରବେଶ ଉସôବ ପାଇଁ ସରକାର ଚଳିତ ବର୍ଷ ୨୦୦ ଟଙ୍କା ପ୍ରତି ସ୍କୁଲ ପିଛା ଦେଇଛନ୍ତି । ଏହି ୨୦୦ ଟଙ୍କାରେ ୨୦୦ଟି ନିୟମ କରିଛନ୍ତି । ଯଥା – ସ୍କୁଲର ପ୍ରଧାନ ଶିକ୍ଷକ ଗୋଟିଏ ବ୍ୟାନର କରିବେ, ଯାହାର ଦାମ ୧୦୦ ଟଙ୍କା, ପ୍ରବେଶ ଉସôବ ଦିନ ନୂଆ କଳସ ପଇଡ ଦେଇ ବସାଇବେ, ଯାହାର ଦାମ୍ ୫୦ ଟଙ୍କା, କଳସ ପାଇଁ ଫୁଲ ଏବଂ ପ୍ରଥମ ଛାତ୍ରର ଆଡମିଶନର ବେଳେ ଫୁଲ ହାର ଦେଇ ନୂତନ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବେ । ଫୁଲହାର ୨୦ ଟଙ୍କାର, ସେହି ପ୍ରଥମ ଛାତ୍ରକୁ ଗୋଟିଏ ରସଗୋଲା ଦିଆଯିବ, ଯାହାର ଦାମ୍ ୫ ଟଙ୍କା, ସ୍କୁଲ ଆଗରେ କଦଳୀ ଗଛ ଦୁଇଟି ପୋତାଯିବ, ଭୋଗ ପାଇଁ ଦୁଇଟି କଦଳୀ, ନୂଆ ଆଡମିଶନ କରୁଥିବା ପିଲାଙ୍କୁ ଚନ୍ଦନ ଫୁଲ ଦେଇ ଶୁଭେଚ୍ଛା ଏପରିକି ସର୍ବଶେଷରେ ଏହିସବୁ କାର୍ଯ୍ୟକ୍ରମର ଫଟୋ ଉତ୍ତୋଳନ କରି ୧୦୦ ଟଙ୍କା ଖର୍ଚ୍ଚ କରି ନିଜ ବ୍ଲକ୍ ଶିକ୍ଷାବିଭାଗକୁ ଦେବେ । ଖାଲି ସେତିକି ନୁହଁ ସ୍କୁଲ ପ୍ରବେଶ ଉସôବବେଳେ ନୂଆ ଆଡମିଶନ ପାଇଁ ପିଲାଙ୍କୁ ନେଇ ଆସିଥିବା ଅଭିଭାବକମାନଙ୍କୁ ପ୍ରଧାନ ଶିକ୍ଷକ ଗୋଟିଏ ପ୍ୟାକେଟ୍ ଦେବେ, ଯେଉଁଥିରେ ଜଳଖିଆ ରହିଥିବ । ଯାହାର ଦାମ୍ ମିନିମମ୍ ୨୦ ଟଙ୍କା । ଯଦି ଅତି କମ୍ରେ ୧୦ ଜଣ ଅଭିଭାବକ ଆସିଥାନ୍ତି, ତାହେଲେ ୨୦୦ ଟଙ୍କା ସେଠି ଖର୍ଚ୍ଚ କରିବାକୁ ବାଧ୍ୟ ପ୍ରଧାନ ଶିକ୍ଷକ । ଏହିସବକୁ ହିସାବ କଲେ ପ୍ରତି ସ୍କୁଲରେ ଅତି କମ୍ରେ ୧୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ପ୍ରଥମ ସ୍କୁଲ ପ୍ରବେଶ ଦିନ । ଆହୁରି ରହିଛି ୬ ଦିନ ଯାକ । କିନ୍ତୁ ସରକାର ଶିକ୍ଷା ବିଭାଗ ମାଧ୍ୟମରେ ପ୍ରତି ସ୍କୁଲକୁ ୨୦୦ ଟଙ୍କା ବରାଦ କରିଥିବାରୁ ସବୁ ଶିକ୍ଷକମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । କେମିତି ସ୍କୁଲ ପ୍ରବେଶ ଉସôବ ଭଲରେ କଟାଇବେ । ଏତିକିରେ କଥା ସରିନାହିଁ । ଅପ୍ରେଲ ପ୍ରଥମ ସପ୍ତାହ ଯାହାକି ୨ ତାରିଖରୁ ୬ ତାରିଖ ଯାଏ ଶିକ୍ଷକ, ଛାତ୍ର, ଅଭିଭାବକମାନଙ୍କୁ ନେଇ ଗାଁ ଓ ରାସ୍ତାରେ ସଚେତନତା ଶୋଭାଯାତ୍ରା ମଧ୍ୟ କରାଇବେ । ଭଦ୍ରକ ଜିଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ଉସôବ ପାଳନ କରାଯିବାକୁ ଚିନ୍ତା କରାଯାଇଥିବବେଳେ ଜିଲାର ଏହି ସ୍କୁଲ ସଂଖ୍ୟା ୧୯୩୨ ରହିଛି । ଏହି ୧୯୩୨ ଟି ସ୍କୁଲରେ ୨୦୧୭-୧୮ ବର୍ଷରେ ୧ ଲକ୍ଷ ୮୪ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଚଳିତ ବର୍ଷ ଅର୍ଥାତ୍ ୨୦୧୮-୧୯ ଶିକ୍ଷାବର୍ଷରେ ଏହାକୁ ୨ ଲକ୍ଷରେ ପହଞ୍ଚାଇବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *