ଜିଲ୍ଲା ପରିକ୍ରମା

ନୂଆ ରେଲପୋଲ ଉପରେ ଗଡିଲା ଟ୍ରେନ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା-ଥେରୁବାଲି ମଧ୍ୟଭାଗରେୁ ନାଗାବଳୀ ନଦୀରେ ନିର୍ମାଣ ହୋଇଥିବା ନୂତନା ରେଳପୋଲ ଉପରେ ଟ୍ରେନ ଗଡିବା ଆରମ୍ଭ ହୋଇଛି। ସମ୍ବଲପୁର ଡିଭିଜନର ଡିଆରଏମଙ୍କ ଉପସ୍ଥିତିରେ ଜଣେ ବରିଷ୍ଟ ଟ୍ରାକମ୍ୟାନ ସବୁଜ ପତାକା ଦେଖାଇ ଏହି ରେଳପୋଲ ଉପରଦେଇ ଚଳପ୍ରଚଳ ପାଇଁ ଅନୁମତି ଦେଇଛନ୍ତି। ଗତ ଜୁଲାଇ ୧୬ତାରିଖରେ ନାଗାବଳୀ ନଦୀରେ ଆସିଥିବା ଭୟାବହ ବନ୍ୟାର ପରିଣାମ ସ୍ୱରୁପ ବିଶାଖପାଟଣା-ରାୟପୁରକୁ ସଂଯୋଗ କରୁଥିବା ରେଳପଥର ରାୟଗଡା ଷ୍ଟେସନ ଠାରୁ ୩୦କିଲୋମିଟର ପରେ ଥେରୁବାଲି ଷ୍ଟେସନ ମଧ୍ୟଭାଗରେ ଥିବା ଅପଲାଇନ ପୋଲକୁ ଧୋଇନେଇଥିଲା। ପାଣିରେ ବଡବଡ ଚଟାଣ ଆସି ପିଟିହେବା ଫଳରେ ପୋଲର ଦୁଇଟି ପିଲର ମଝିରୁ ରେଳଧାରଣା ଛିଣ୍ଡିଯାଇଥିଲା। ଟ୍ରାକଟି ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ହୋଇଥିବାବେଳେ ଡାଉନ ଲାଇନରେ ରେଳ ଚଳପ୍ରଚଳ କରି କାମ ଚଳାଯାଉଥିଲା। ମୁଖ୍ୟତ ଥେରୁବାଲିରୁ ସିଙ୍ଗାପୁର ରୋଡ ମଧ୍ୟରେ ଟ୍ରେନର ଗତି ୨୦କିଲୋମିଟର ପ୍ରତି ଘଣ୍ଟା ରଖି ଡାଉନଲାଇନ ପୋଲ ପାର କରାଯାଉଥିଲା। ଏହାର ଅବଶ୍ୟକତାକୁ ଲକ୍ଷରେ ରଖି ଯୁଦ୍ଧକାଳୀନ ଭିତିରେ ସମ୍ବଲପୁର ଡଭିଜନ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ୧୭୦ମିଟର ଲମ୍ବା ଟ୍ରାକକୁ ମାତ୍ର ୨୦୦ଦିନ ମଧ୍ୟରେ ଶେଷ କରଯାଇଥିବା ସମ୍ବଲପୁର ଡିଆରଏମ ଡ. ଜୟଦୀପ ଗୁପ୍ତା କହିଛନ୍ତି। ଅତି ନିକଟରେ ଅବସର ନେବାକୁ ଥିବା ଟ୍ରାକମ୍ୟାନଙ୍କ ଦ୍ୱାରା ଏହି ଟ୍ରାକର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି। ଏହି ଅବସରରେ ପୂର୍ବତଟ ରେଳପଥର ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସହ ବରିଷ୍ଟ ମଣ୍ଡଳ ଯାନ୍ତ୍ରୀକ ଇଞ୍ଜିନିୟର ସମନ୍ୱୟ ପ୍ରଦିପ ନାଗ, ବରିଷ୍ଟ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ପିକେ ସାମଲ, ବରିଷ୍ଟ ମଣ୍ଡଳ ପରିଚାଳନା ପ୍ରବନ୍ଧକ ଡ.ମିଲିନ୍ଦ ହିରୱେ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top