ନୂଆ ରାଷ୍ଟ୍ରୀୟ କୀର୍ତ୍ତିମାନ: କେବଳ ଗୋଟିଏ ଦିନରେ ସମ୍ବଲପୁର ମଣ୍ଡଳର ଦୁଇଟି ଷ୍ଟେସନ ମଧ୍ୟରେ ୦୬ ଗୋଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗର ସ୍ଥାପନା ଏକ ବିରଳ ଦୃଷ୍ଟାନ୍ତ

ସମ୍ବଲପୁର ୬-୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) ଗୁରୁବାରଦିନ ସମ୍ବଲପୁର ମଣ୍ଡଳରେ ଥିବା ସମସ୍ତ ଜଗୁଆଳୀ ବିହୀନ ଲେଭେଲ କ୍ରସିଙ୍ଗ୍ଗୁଡ଼ିକୁ ହଟାଇବାର ଲକ୍ଷ୍ୟ ନେଇ ସେଠାରେ ଏକକାଳୀନ ୬ ଗୋଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ଗୁଡ଼ିକର ସ୍ଥାପନା କରାଯାଇଛି। ଯାହାକି ୪ଘଣ୍ଟା ୩୦ ମିନିଟ୍ ର ସିଙ୍ଗିଲ୍ ବ୍ଲକ୍ ଦ୍ୱାରା ସଂପୂର୍ଣ୍ଣ ଭାବେ ସମ୍ଭବପର ହୋଇପାରିଛି।


ଓଡ଼ିଶାର କଳାହାଣ୍ଡି ଅଞ୍ଚଳର ଭବାନୀପାଟଣା-ଲାଞ୍ଜିଗଡ଼ ରୋଡ଼ ସେକ୍ସନରେ ଛଅ ଗୋଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ର ସ୍ଥାପନା ହେବା ପରେ ସାତଗୋଟି ଜଗୁଆଳୀ ବିହୀନ ଲେଭେଲ କ୍ରସିଙ୍ଗ୍ଗୁଡ଼ିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ। ସମ୍ବଲପୁର ମଣ୍ଡଳରେ ୬ ଗୋଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ର ଏକକାଳୀନ ପ୍ରଚଳନ କେବଳ ପୂର୍ବ ତଟ ରେଳପଥରେ ନୁହେଁ, ବରଂ ସଂପୂର୍ଣ୍ଣ ଭାରତୀୟ ରେଳବାଇରେ ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି।


ମାତ୍ର ୪ ଘଣ୍ଟାର ବ୍ଲକ୍ ଅବଧି ମଧ୍ୟରେ ଗୋଟିଏ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) କାର୍ଯ୍ୟ ସଂପୂର୍ଣ୍ଣ କରିବା ଏକ ବିରଳ ସଫଳତା ଅଟେ। ଅନୁରୂପ ସମୟ ଅବଧି ମଧ୍ୟରେ ୬ ଗୋଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ର କାର୍ଯ୍ୟ ଶେଷ କରିବା ପୂର୍ବରୁ କେବେ ହୋଇନଥିଲା। ଏକକାଳୀନ ୬ ଗୋଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ଗୁଡ଼ିକର ସ୍ଥାପନା କରିବା ଏକ ଉପଲବ୍ଧି ଅଟେ। ପ୍ରତିକୂଳ ପାଣିପାଗ ସ୍ଥିତି ଥିବା ସତ୍ତ୍ୱେ ସମ୍ବଲପୁର ମଣ୍ଡଳ ଏହାକୁ ଏକ ଆହ୍ୱାନ ରୂପେ ଗ୍ରହଣ କରିବା ସହିତ ଏହାର ସଫଳ ରୂପାୟନ କରି ଭାରତୀୟ ରେଳବାଇ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି।


ପୂର୍ବ ତଟ ରେଳପଥର ମହା ପ୍ରବନ୍ଧକ ଶ୍ରୀ ଉମେଶ ସିଂହଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଏବଂ ବଳିଷ୍ଠ ନେତୃତ୍ୱ ତଥା ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଓ ତାଙ୍କ ଅଧୀନରେ ଏ କାର୍ଯ୍ୟରେ ନିୟୋଜିତ ସମସ୍ତ ରେଳ ଅଧିକାରୀ ଓ କର୍ମଚାରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ଗୁଡ଼ିକର ସ୍ଥାପନାକୁ ନିର୍ଦ୍ଧାରିତ ସମୟସୀମା ଭିତରେ ସମାପ୍ତ କରି ନୂଆ କୀର୍ତ୍ତିମାନ ସୃଷ୍ଟି କରିପାରିଛି।

Leave a Reply

Your email address will not be published. Required fields are marked *