ଓଡ଼ିଶା

ନୂଆ ଦିଲ୍ଲୀରେ ଓଡିଶାର ସାମ୍ବାଦିକଙ୍କୁ ସମ୍ବର୍ଧନା ଉତ୍ସବ ଓଡିଆ ଜାତିର ବୌଦ୍ଧିକ ଶକ୍ତି ଏହି ଜାତିର ମୂଳ ସମ୍ବଳ ଭାବରେ ସ୍ୱୀକୃତ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଭୁବନେଶ୍ୱର, ୦୩ ଜୁନ (ଓଡ଼ିଆ ପୁଅ) – ଆଜି ଦିନରେ ଓଡିଆ ଜାତି ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ନ ହେଲେ ମଧ୍ୟ ଏହି ଜାତିର ବୌଦ୍ଧିକ ଶକ୍ତି ଏହି ଜାତିର ମୂଳ ସମ୍ବଳ ଭାବରେ ସ୍ୱୀକୃତ ହୋଇଛି ବୋଲି ରାଜଧାନୀ ଦିଲ୍ଲୀ ଠାରେ ସଫଳ ଓଡିଆ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରିବା ଅବସରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଠାରେ ପଲ୍ଲୀବାଣୀ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ସମାଜର ବୌଦ୍ଧିକ ସମ୍ପନ୍ନତା ବିଶ୍ୱର ଜୀବନ ପ୍ରବାହକୁ ପ୍ରଭାବିତ କରିବା ପାଇଁ ଉତପ୍ରେରକ ଭୂମିକା ନେବାର କ୍ଷମତା ରଖୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମାଜିକ ସଂଗଠନ ମାନେ ସାଧୁ ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କଲେ ସମାଜ ପାଇଁ ଆହୁରି ଉତ୍ସାହ ଓ ଆଗ୍ରହର ସହ କାମ କରିବା ପାଇଁ ପ୍ରେରଣା ଦିଏ।

ପଲ୍ଲୀବାଣୀ ଓଡିଶା ରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ଦିଲ୍ଲୀ ଡାକି ସେମାନଙ୍କୁ ସମ୍ମାନିତ କରିବା କାରଣରୁ ଓଡିଆ ଭାବେ ସେ ବେଶ ଆନନ୍ଦିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରୁ ନିମନ୍ତ୍ରିତ ହୋଇ ଦିଲ୍ଲୀ ଆସି ସମ୍ମାନିତ ହୋଇଥିବା ଗୋପାଳ ମହାପାତ୍ର, ନବୀନ ଦାସ, ଦେବେନ୍ଦ୍ର ପୃଷ୍ଟି ବା ରାଧାମାଧବ ମିଶ୍ର ଓଡିଶାରେ ଦୀର୍ଘ ଦିନରେ ଓଡିଶାର ବିଭିନ୍ନ ପକ୍ଷର ଖବର ଓ ମତକୁ ସେମାନଙ୍କ ଢଙ୍ଗରେ ପରିବେଷଣ କରି ଓଡିଆ ଜନଜୀବନକୁ ପ୍ରଭାବିତ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଚାରି ବର୍ଷ ପୂର୍ତି ଅବସରରେ ଓଡିଶାର ବାଲିଯାତ୍ରା ପଡିଆରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ମନରେ ରହିଥିବା ବାଲି ଯାତ୍ରା ପଡିଆର ଛାପକୁ ଦକ୍ଷିଣ ପୂର୍ବ ଦେଶ ସମୂହ ଗସ୍ତ ସମୟରେ ବିଶେଷ ଭାବରେ ଇଣ୍ଡୋନେସିଆର ବାଲି ଦ୍ୱୀପକୁ ଓଡିଆ ସାଧବ ପୁଅଙ୍କ ବେପାର ବାଣିଜ୍ୟ ବିଷୟକୁ ମନେ ପକାଇଥିଲେ। ଓଡିଶାରୁ ବାଲି ଦ୍ୱୀପକୁ ଥିବା ପୁରୁଣା ବ୍ୟବସାୟକୁ ମନେ ପକାଇ ଓଡିଶାବାସୀ ପ୍ରତି ବର୍ଷ ବିଶାଳ ବାଲି ଯାତ୍ରା ଉତ୍ସବ ପାଳନ କରୁଥିବା ବିଷୟକୁ ଉଲ୍ଲେଖ କରି ଥିବା ପ୍ରସଙ୍ଗକୁ ଏହି ସମ୍ମାନ ଉତ୍ସବରେ ଉତଥାପନ କରିଥିଲେ ଶ୍ରୀ ପ୍ରଧାନ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top