ନୂଆ ଟିମ୍ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ପିସିସି ସଭାପତି

ପୁରୀ, ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ଟିମ ସହ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରରେ ପହଁଚିଂବା ପରେ ଜିଲ୍ଲା କଂଗ୍ରେସ ସଭପତି ଉମାବଲ୍ଳଭ ରଥଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ଚିରଞ୍ଜୀବି ବିଶ୍ୱାଳ, ନବ ଦାସ, ପ୍ରଦୀପ ମାଝୀ ପ୍ରମୁଖ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାଶ୍ୱର୍ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ। ଓଡିଶାର ବିକାଶ ଓଡିଶା ବାସୀଙ୍କ ସେବା ପାଇଁ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ତୃଣମୂଳ ଓ ବୁଥସ୍ତରରେ କଂଗ୍ରେସ ସଂଙ୍ଗଠନକୁ ଅଧିକ ସଂଙ୍ଗଠିତ ଓ ଦୃଢୀଭୁତ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଟଂ ପ୍ରସ୍ତୁତ ହେବ ବୋଲି ଦର୍ଶନ ପରେ ପିସିସି ସଭାପତି ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି। ଏଆଇସିସି ଅଧ୍ୟକ୍ଷ ରାଉଳ ଗାନ୍ଧୀ ରାଜ୍ୟକୁ ଏକ ଯୁବ ଓ ସର୍ବଉକୃଷ୍ଟ ଟିମ ନେଇଛନ୍ତି। ଏବେ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ କଂଗ୍ରେସକୁ ରାଜ୍ୟରେ କ୍ଷମତାକୁ ଆଣିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ରାଜ୍ୟ ପ୍ରଭାବୀ ଜିତେନ୍ଦ୍ର ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *