ନୂଆ ଓଡିଶା ୟୁଥ କୋର୍ଡିନେଟର ଜିଲ୍ଲା ବୈଠକ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ଭାରତୀୟ ଜନତା ପାର୍ଟି, ଜିଲ୍ଳା କାର୍ଯ୍ୟାଳୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା, ଭଦ୍ରକ ଜିଲ୍ଳା ସମିତି ଆନୁକୁଲ୍ୟରେ ୟୁଥ କୋର୍ଡିନେଟର ମାନଙ୍କର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି ସୁରେଶ ସାମଲଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ ସଂପାଦକ ତଥା ଯୁବମୋର୍ଚ୍ଚାର ରାଜ୍ୟ ପ୍ରଭାରୀ କାଳନ୍ଦୀ ସାମଲ ଓ ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ତଥା ଲୋକସଭାର ପର୍ଯ୍ୟବେକ୍ଷକ ପ୍ରବୀର ଶଙ୍କର ଦାଶ, ବିଜେପି ଜିଲ୍ଳା ସଭାପତି ବଦ୍ରି ନାରାୟଣ ଧଳ ଓ ଜିଲ୍ଲା ସଂପାଦକ ଶରତ ପଢିଆରୀ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ବୈଠକରେ ଶ୍ରୀ ସାମଲ ନିଜ ବକ୍ତବ୍ୟରେ ଅପାର ଅମ୍ଭାବନାର ରାଜ୍ୟ ଓଡିଶାର ଐତିହ୍ୟ, ସଂସ୍କୃତି, କୁଶଳୀ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟ ୧୮ ବର୍ଷରେ ଅପାରଗ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ରସାତଳଗାମୀ ହେବାରେ ଲାଗିଛି । ଅପରପକ୍ଷେ କେନ୍ଦ୍ରର ମୋଦି ସରକାର ଓଡିଶାକୁ ଗରିବ କଲ୍ୟାଣର ପ୍ରୟୋଗଶାଳା କରିଥିବା ବେଳେ ହୀନ ରାଜନୈତିକ ଷଡଯନ୍ତ୍ରୀ ଯୋଗୁଁ ଓଡିଶା ବହୁ ପଛରେ ପଡି ଯାଇଛି । ଏଭଳି ସ୍ଥିତିରେ ମୋଦିଙ୍କ ଭଳି ରାଷ୍ଟ୍ରବାଦୀ ବ୍ୟକ୍ତିତ୍ୱ ହିଁ ବିକାଶ ଓ ବିଶ୍ୱାସର ବାସ୍ତବତା । ଭଦ୍ରକ ଜିଲ୍ଳାରେ ନବମତଦାତାମାନଙ୍କୁ ମୋଦିଙ୍କ ବିକାଶ ମନ୍ତ୍ରରେ ସାମିଲ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଜେନା, ବିକାଶ ଶ୍ରେଷ୍ଠା, ପ୍ରଦିପ ମହାନ୍ତି, ରାଜେଶ ବେହେରା, ସଂଜୀବ ରାଉଳ, ଆଲୋକ ପଣ୍ଡା, ଲିପିକା ବାରିକ, ରବି ନାରାୟଣ ସାହୁ, ଗଣେଶ ଦାସ, ଇଂ ସମ୍ବିତ ମହାନ୍ତି, ସୁଶାନ୍ତ ନାୟକ, ସଂଜୀବ  ପଣ୍ଡା, ଦୀପକ ସାହୁ, ବିରଞ୍ଚି ପଣ୍ଡା, ନିରୋଦ ଦାସ, କୈଳାସ ପାଢୀଙ୍କ ସହିତ ବିଜେପି ବିଧାନସଭା ପ୍ରଭାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *