ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ – ଧର୍ମେନ୍ଦ୍ର ପ୍ରଧାନ

– ବରମୁଣ୍ଡା ପଡିଆରେ କାପୋକ ଦ୍ୱାରା ଉତ୍କଳ ଦିବସର ଭବ୍ୟ ଆୟୋଜନ
– ବିଏସଏଫର ସୀମା ଭବାନୀ ଗ୍ରୁପର ଓଡିଆ ଝିଅ ମାନଙ୍କ ସହ ଅନେକ ସଫଳ ଓଡିଆକୁ ସମ୍ମାନ
– ଓଡିଆ ସମାଜ ଦ୍ୱାରା ପ୍ରସ୍ତୁତ ଧମନୀରେ ଶୌର୍ଯ୍ୟ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର, ୦୧ ଏପ୍ରିଲ (ଓଡ଼ିଆ ପୁଅ) – ନୂଆ ଓଡିଶା ବିନା ନୂଆ ଭାରତ ସମ୍ଭବ ନୁହେଁ ବୋଲି ସାମାଜିକ ସଙ୍ଗଠନ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ (କାପୋକ) ଦ୍ୱାରା ଆୟୋଜିତ ଭବ୍ୟ ଉତ୍କଳ ଦିବସ ସମାରୋହରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡିଶାକୁ ଗର୍ବିତ କରିଥିବା ଅନେକ ପ୍ରତିଭା ମଧ୍ୟରେ ଚଳିତ ବର୍ଷ ଜାନୁଆରୀ ୨୬ ଦେଶର ଇଣ୍ଡିଆ ଗେଟ ପ୍ୟାରେଡରେ ଯୋଗ ଦେଇଥିବା ସୀମା ଭବାନୀ ଦଳର ଛଅ ଓଡିଆ ଝିଅଙ୍କ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ। ସାଧାରଣ ଓଡିଆ ଘରର ଝିଅ ହୋଇ ରାଜଧାନୀର ରାଜ ରାସ୍ତାରେ ଓଡିଆ ଶୌର୍ଯ୍ୟର ଏହି ଝିଅ ମାନେ ପ୍ରଦର୍ଶନ କରିଛନ୍ତି ବୋଲି କହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଶ୍ରୀ ପ୍ରଧାନ।

୨୦୨୨ ଭାରତର ସ୍ୱାଧୀନତାର ୭୫ ବର୍ଷ ଓ ୨୦୩୬ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ବିକାଶର ଅନେକ ମାପଦଣ୍ଡରେ ଓଡିଶାକୁ ଆଗେଇ ନେବାକୁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଜାତି ମହା ଜାତୀୟତାବାଦରେ ବିଶ୍ୱାସ ରଖୁଥିବା ଓ ଇତିହାସରେ ଅନନ୍ୟ ଛାପ ଛାଡିଥିବା ଏକ ଜାତି। ଏକ ବିଂଶ ଶତାବ୍ଦୀରେ ଓଡିଆ ମାନେ ନିଜ ପାଇଁ କୀର୍ତିମାନ ସ୍ଥାପନ କରିବା ସହ ଓଡିଶାକୁ ପୃଥିବୀରେ ଏକ ଅଗ୍ରଣୀ ଭୂଖଣ୍ଡ ଭାବରେ ଗଢିବାରେ ସଫଳ ହେବେ ବୋଲି ଦୃଢତା ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ। ଏହି ଅବସରରେ ନୂଆ ଦିଲ୍ଲୀ ଓଡିଆ ସମାଜ ଦ୍ୱାରା ପ୍ରସ୍ତୁତ ପୁସ୍ତକ ଧମନୀରେ ଶୌର୍ଯ୍ୟକୁ ଉନ୍ମୋଚନ କରିଥିଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଶ୍ରୀ ହରିଚନ୍ଦନଙ୍କ ସହ ମଂଚ ଉପରେ ସମାଜସେବୀ ଜଗଦାନନ୍ଦ, ଓଡିଆ ଭାଷା ଆନ୍ଦୋଳନର ନେତା ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

OLYMPUS DIGITAL CAMERA
OLYMPUS DIGITAL CAMERA
OLYMPUS DIGITAL CAMERA

Leave a Reply

Your email address will not be published. Required fields are marked *