ନୂଆବର୍ଷରେ ସୁନିଧି ଚୌହାନ ହେଲେ ମା’ : ଜନ୍ମ ଦେଲେ ପୁତ୍ର ସନ୍ତାନ

ମୁମ୍ବାଇ ୧-୧ (ଓଡ଼ିଆ ପୁଅ) ଗାୟୀକା ସୁନିଧି ଚୌହାନ ୧ ଜାନୁଆରୀରେ ନବଜାତ ପୁତ୍ର ସନ୍ତାନ ଜନ୍ମ ଦେଲେ। ଏହା ତାଙ୍କର ପ୍ରଥମ ସନ୍ତାନ। ସେ ମୁମ୍ବାଇର ସୂର୍ଯ୍ୟ ହସ୍ପିଟାଲରେ ସନ୍ଧ୍ୟା ୫ଟା ୨୦ ମିନିଟରେ ପୁତ୍ରକୁ ଜନ୍ମ ଦେଇଛନ୍ତି।

ସୁନିଧି ଏବଂ ତାଙ୍କର ପତି ହୀତେଶ ସୋନିକ ପୁଅର ଆଗମନରେ ବହୁତ ଖୁସି ଅଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଉଭୟ ମା’ ଏବଂ ପୁଅ ଦୁଇଜଣ ସମ୍ପୂର୍ଣ୍ଣ ସ୍ୱସ୍ଥ ଅଛନ୍ତି।
ସୂଚନାଯୋଗ୍ୟଯେ, ୧୬ ବର୍ଷ ବୟସରେ ସୁନିଧି ବହୁତ ଭଲ ଭଲ  ଗୀତ ଗାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ଏବଂ ଲୋକଲୋଚନକୁ ଆସିଥିଲେ।

ଯେତେବେଳେ ସୁନିଧିଙ୍କର ପ୍ରେଗ୍ନେଂସୀକୁ ୫ ମାସ ହୋଇଥିଲା ସେତେବେଳେ ଏହି ଖବର ସାମନାକୁ ଆସିଥିଲା। ସୁନିଧି ନିଜର କ୍ୟାରିଅର ଚାରି ବର୍ଷ ବୟସରୁ ଆରମ୍ଭ କରିଥିଲେ। ସେ ଅନେକ ରିଅଲିଟି ସୋ’ରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ସୁନିଧିଙ୍କୁ ଦୂରଦର୍ଶନର ରିଅଲିଟି ସୋ’ “ମେରୀ ଆବାଜ ସୁନୋ”ରେ ଅଂଶ ଗ୍ରହଣ କରି ଏହି ସୋ’ରେ ସେ ୱିନର ମଧ୍ୟ ହୋଇଥିଲେ।

ସୁନିଧି “ଶୀଲା କୀ ଜବାନୀ”, “ଇଶ୍କ ସୂଫିୟାନା”, “ବିଡ଼ି ଜଲାଇ ଲେ”, “ଦେଶୀ ଗର୍ଲ”, “କମଲୀ” “ଭାଗେ ରେ ମନ” ପରି ଅନେକ ସୁପର ହିଟ୍ ଗୀତ ଗାଇଛନ୍ତି।

Leave a Reply

Your email address will not be published. Required fields are marked *