ଓଡ଼ିଶା

ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ, ୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ନୂଆ ବର୍ଷ ପାଇଁ ସହରଥିଲା ଚଳଚଞ୍ଚଳ।ରବିବାର ଅପରାହ୍ନରୁ ଏଥିପାଇଁ ବଡଦାଣ୍ଡରେ ଦେଖା ଦେଇଥିଲା ଲୋକଙ୍କ ଭିଡ। ନୂଆବର୍ଷରେ ନୂଆ ଅନୁଚିନ୍ତା ଓ ବର୍ଷରେ ମଙ୍ଗଳ କାମନା ପାଇଁ ମହାପ୍ରଭୁଙ୍କ ଦର୍ଶନ ଉଦେ୍ଦ୍ୟଶରେ ସିଂହଦ୍ୱାର ଆଡକୁ ଛୁଟି ଚାଲିଥିଲେ ଲୋକେ। ମାର୍କେଟ୍ ଛକରୁ ସିଂହଦ୍ୱାର ଯାଏଁ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରୀ ଉଠିଥିଲା ଆଉ ମହାପ୍ରଭୁଙ୍କ ଦର୍ଶନ ପରେ ପରମ ଆତ୍ମତୃପ୍ତି ଲାଭ କରିଥିଲେ ଶ୍ରଦ୍ଧାଳୁମାନେ। ନୂଆବର୍ଷ ପାଇଁ ରବିବାର ରାତ୍ରୀ ୯.୩୦ ସମୟରେ ମହାପ୍ରଭୁଙ୍କ ପହୁଡ ଖୋଲାଯାଇ ଦର୍ଶନ ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖ ସ୍ଥାୟୀ ବ୍ୟାରିକେଟ ବ୍ୟତିତ ଶ୍ରୀମନ୍ଦିର କାର୍ଯ୍ୟଳାୟ ପର୍ଯ୍ୟନ୍ତ ଚାରିଚକିଆ ବ୍ୟାରିକେଟ ନିର୍ମାଣ କରାଯାଇଥିଲା। ଏହି ବ୍ୟାରିକେଟ ନେଇ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ କାମନା କରିଥିଲେ। ନୂଆ ବର୍ଷରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଅନ୍ୟ ୩ ଦ୍ୱାର ଦେଇ ବାହାରକୁ ପ୍ରସ୍ଥାନ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନକରି ଆନନ୍ଦିତ ଶ୍ରଦ୍ଧାଳୁ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଦିନସାରା ବଡଦାଣ୍ଡରେ ଲାଗିଥିଲା ଗହଳି ଚହଳି। ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଗାଡି ପାର୍କିଂ କରାଯାଇଥିଲା।ନବ ବର୍ଷ ପାଇଁ ବିଶେଷ ଭିଡ ହୋଇଥିଲା ବେଳାଭୂମିରେ ହଜାର ହଜାର ଲୋକ ନବବର୍ଷ ପାଇଁ ସମବେତ ହୋଇଥିବା ବେଳେ ପରିବାର ସହିତ ଖୁସିରେ ସମୟ କାଟିଥିଲେ। ଦିନସାରା ସହରରେ ଲାଗିରହିଥିଲା ଭିଡ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top