ନୂଆବର୍ଷରେ ଦେବାଦେବୀ ପିଠରେ ଭକ୍ତଙ୍କ ଭିଡ, ଜିଲ୍ଲାପାଳ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାବାସୀ

ମାଲକାନଗିରି, ୧ା୧(ଓଡିଆ ପୁଅ )୨୦୧୭ ପୁରୁଣା ବର୍ଷକୁ ବିଦାୟଦେଇ ୨୦୧୮ ନୂଆବର୍ଷ କୁ ସ୍ୱାଗତ ଜଣାଇ ୧ତାରିଖ ସକାଳୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଦେବି ପିଠ ମାନଙ୍କରେ ଭକ୍ତମାନଙ୍କର ଭିଡଲାଗିଥିଲା, ନୂତନବର୍ଷଟି କିପରି ଆନନ୍ଦରେ କଟିବ ସେନେଇ ଭଗବାନ ଙ୍କନିକଟରେ ପ୍ରାର୍ଥନାକରିଥିଲେ ଶ୍ରଦ୍ଧାଳୁଭକ୍ତମାନେ, ବିଶେଷକରି ଜଗନ୍ନାଥ ମନ୍ଦିରରେ ଅଧିକ ଭିଡ ଦେଖା ଦେଇଥିଲା, ଦେବାଦେବୀ ଦର୍ଶନପରେ ସହରବାସୀ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରି ମାନେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ପରାଗହର୍ଷଦଗୋଭାଲି, ଅତିରିକ୍ତଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପିଏଆଇଟିଡିଏ ରାମକୃଷ୍ଣଗଣ୍ଡ ଙ୍କୁ କାର୍ଯ୍ୟାଳୟରେ ଓ ମାଲକାନଗିରି ବିଧାୟକ ମାନସ ମାଡକାମି ଙ୍କୁ ତାଙ୍କ ବାସଭବନରେ ବରିଷ୍ଟନାଗାରିକ ପ୍ରମୁଖ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀ ଓ ସମସ୍ଥ ସରକାରି କର୍ମଚାରୀ, ରୋଜନୈତିକ ନେତା କର୍ମୀମାନେ ଭେଟି ପୁଷ୍ପଗୋଛ ଦେଇ ନବବର୍ଷର ସୁଭକାମନା କରିଥିଲେ। ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବିଧାୟକ ସମସ୍ଥ ଙ୍କୁ ନୂତନବର୍ଷର ଶୁଭେଚ୍ଛା ଜଣାଇ ନୂଆବର୍ଷର କେକ୍ ଓ ମିଷ୍ଟାନ ବଟଂନ କରିଥିଲେ।

Leave a Reply

Your email address will not be published. Required fields are marked *