ଜିଲ୍ଲା ପରିକ୍ରମା

ନୂଆବଜାର ପୋଷ୍ଟ ଅଫିସ ସ୍ଥାନାନ୍ତରକୁ ବିରୋଧ

ଭଦ୍ରକ, ୨ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସହରର ନୂଆବଜାରରେ (ୱାର୍ଡ ନଂ ୧୧)ରେ ଥିବା ଶାଖା ଡାକଘରକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ରହିଥିବା ପ୍ରସ୍ତାବକୁ ଘୋର ବିରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ। ୩୫ ବର୍ଷ ତଳର ଏହି ଡାକଘରକୁ ସ୍ଥାନାନ୍ତର କଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍ଥାନୀୟ କାଉନସିଲରଙ୍କ ନେତୃତ୍ୱରେ ଗ୍ରାମବାସୀ ଲିଖିତ ଚେତାବନୀ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ପତ୍ର ଅନୁଯାୟୀ; ଉକ୍ତ ଡାକଘର ଉପରେ ଆଖପାଖ କୁଆଁସ, ନୂଆବଜର, ନରିପୁର ତଥା ଅନ୍ୟ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ୨୫ ହଜାରରୁ ଅଧିକ ଲୋକ ଏହି ଡାକଘର ଉପରେ ନିର୍ଭର କରୁଥିବା ଏବଂ ୧୦ ହଜାରୁ ଅଧିକ ଜମାଖାତା ଡାକଘରେ ରହିଥିବା ବେଳେ ଶାଖା ଡାକଘରକୁ ଏଠାରୁ ଉଠାଇ ନେବାରେ ଯଥାର୍ଥତା ନାହିଁ ବୋଲି ସ୍ଥାନୀୟ ଲୋକେ ଯୁକ୍ତି ବାଢିଛନ୍ତି। ତେବେ ଭଦ୍ରକ ଡାକ ଅଧୀକ୍ଷକଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାରେ ସେ କୁହନ୍ତି; ନୂଆବଜାର ଶାଖା ଡାକଘରେ କାରବାର ବହୁତ କମ୍ ଅଛି। ଜଣେ କର୍ମଚାରୀଙ୍କ ଲାଗି ସେଠାରେ ୮ ଘଣ୍ଟାର କାମ ନାହିଁ। ଏପଟେ ସାଂସଦ ଅର୍ଜୁନ ସେଠୀଙ୍କ ପକ୍ଷରୁ ସହରର ଗବସାହିରେ ଏକ ଡାକଘର ଖୋଲିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ନୂଆବଜାର ଡାକଘରକୁ ବନ୍ଦ କରାଯାଇ ଗବସାହିରେ ନୂଆ ଡାକଘର ଖୋଲାଯିବ। ଏହା ଦ୍ୱାରା ମାଧବ ନଗର ଡାକଘର ଉପରେ ରହୁଥିବା କାର୍ଯ୍ୟର ଚାପ ମଧ୍ୟ କମିବ। ଏପଟେ ନୂଆବଜାର ଶାଖା ବନ୍ଦ ହେଲେ ମଧ୍ୟ ସେଠାକାର ବାସିନ୍ଦା ବିଶେଷ ଅସୁବିଧାରେ ରହିବେ ନାହିଁ। କାରଣ ପାଖାପାଖି ଅଞ୍ଚଳରେ ମୁଖ୍ୟ ଡାକଘର ସମେତ ଅନେକ ଶାଖା ଡାକଘର କାର୍ଯ୍ୟକରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top