ନୂଆପଡା-ସିଲେଟପାନୀରେ କୂଲତା ସମାଜର ବ୍ଳକସ୍ତରୀୟ ବୈଠକ

ନୂଆପଡା-୧/୪-(ଓଡ଼ିଆ ପୁଅ/ନନ୍ଦିଘୋଶ ଖମାରୀ)-କୋମନା ବ୍ଲକ ଅନ୍ତର୍ଗତ ଶିଆଲଟି ଗ୍ରାମ ପଞ୍ଚାୟତର ସିଲେଟପାନୀ ଠାରେ କୂ୍ଲତା ସମାଜର ଏକ ବ୍ଳକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କୋମନା ବ୍ଲକ ସ୍ତରର ସଭାପତି ବୈଶମ୍ପାନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୂଲତା ସମାଜର ସଭାପତି ତଥା ବିଜେଡିର ନବଘୋଷିତ ରାଜ୍ୟ ସାଧାରଣ ସଂପାଦକ ସରୋଜ କୁମାର ସାହୁ(ଭୈରବ) ଯୋଗ ଦେଇ ବିଶାଶହେ କୂଲତା ସମାଜର ଇଷ୍ଟ ଦେବୀ “ମାଁ ରଣେଶ୍ବର ରାମଚଣ୍ଡୀ”ଙ୍କ ପୂଜାର୍ଚ୍ଚନା କରିଥିଲେ। ନିକଟ ଅତୀତରେ ସରୋଜ ସାହୁ ରାଜ୍ୟ ବିଜେଡି ର ସାଧାରଣ ସମ୍ପାଦକ ପଦବୀ ହାତେଇଥିବାରୁ ସମାଜ ତରଫରୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଧନା କରାଯାଇଥିଲା। ଏହାପରେ ଜାତିର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବା ଉପରେ ଆଲୋକ ପାତ ହୋଇଥିଲା।ବୈଠକରେ ସଂପାଦକ ହେମସାଗର ବେହେରା, କୋଷାଧ୍ୟ୍ୟକ୍ଷ ସନ୍ତୋଷ ବିଶ୍ବାଲ, ଉପ ସଭାପତି ଇଶ୍ବର ସାହୁ, ତପ ଭୋଇ, ସୁବାଶ ପ୍ରଧାନ, ପୁରନ୍ଦର ଭୋଇ, କୃଷ୍ନଚନ୍ଦ୍ର ଖମାରୀ, ମଦନ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଯୁଗ୍ମ ସଂପାଦକ ଦୁହ୍ଲଭ ବିଶ୍ବାଲ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *