ନୂଆପଡା- ମେଣ୍ଢାଟାଲ ଉନ୍ମୀତ ଉଚ୍ଚ ବିଦ୍ୟାଲୟରେ ସ୍ବଛତା ପକ୍ଷ ପାଲିତ

 

ନୂଆପଡା/କୋମନା-୧୩/ ୯-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ  ମେଣ୍ଢାଟାଲ ଉନ୍ମୀତ ଉଚ୍ଚ ବିଦ୍ୟାଲୟରେ ସ୍ବଛତା ସଚେତନତା  ପକ୍ଷ ପାଲିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଲୟର ପ୍ରଧାନଶିକ୍ଷକ ଖେମ ଦାସ ପୂଜାର୍ଚନା କରିଥିଲେ । ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନେ  ପକ୍ଷର  ଦ୍ବାଦଶ ଦିବସରେ  ପଥପ୍ରାନ୍ତ ପାଳା ପରିବେଷଣ କରିଥିଲେ । ପାଲା ମାଧ୍ୟ୍ୟମରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏସଏମସି ସଭାପତି ବସୁଦେବ ମାଝୀ, ଓ୍ବାର୍ଡମେମ୍ବର,ଠିକପାଲି କ୍ଲଷ୍ଟର ସିଆରସିସି ଚିତ୍ତରଞ୍ଜନ ଦଣ୍ଡସେନା ଓ  ସ୍କୁଲର ସମସ୍ତ ସଭ୍ୟସଭ୍ୟା ଓ ଶିକ୍ଷକ ଜଗବନ୍ଧୁ ବଡଗୁଛିଆ, ମିଶ୍ର ସୁନା, ଧୃବଚରଣ ରଣା, ଚନ୍ଦ୍ରଭାନୁ ବିଶ୍ବାଲ, ଲିଙ୍ଗରାଜ ଶବର, ଓ ପିତାମ୍ବର ଶବର ପ୍ରମୁଖ ସହଯୋଗ କରିଥିଲେ ।i

Leave a Reply

Your email address will not be published. Required fields are marked *