ନୂଆପଡା-ଭିଜିଲାନ୍ସ ହାତରେ ଲାଞ୍ଚୁଆ ବୋଡେନ ଥାନା ଏସ.ଆଇ ଗିରଫ

ନୂଆପଡା-୨୩/୨-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ- ନୂଆପଡା ଜିଲ୍ଲା ଅନ୍ତର୍ଗତ ବୋଡେନ ଥାନାର  କାର୍ଯ୍ୟରତ ଏସ. ଆଇ ପ୍ରଭାତ କୁମାର ପଣ୍ଡା ମାତ୍ର ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଗିରଫ ହୋଇଛନ୍ତି । ହସ୍ତଗତ ହୋଇଥିବା ସୂଚନା ଅନୁସାରେ ବୋଡେନ ବ୍ଲକ କ୍ଷୀରମାଲ ଗାଁର ଜଗଦୀଶ ଅଦାଙ୍କ ଭାଇ ମଧ୍ୟରେ ହୋଇଥିବା କଳହକୁ ସମାଧାନ ଓ ମାମଲାର ଧାରାକୁ କମ କରେଇଦେବା ନାଁରେ ଆଜି ଜଗଦୀଶଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏହା ପୂର୍ବରୁ ଖବର ପାଇ ନୂଆପଡା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସମେତ କଲାହାଣ୍ଡି ଓ ନବରଙ୍ଗପୁର ଭିଜିଲାନ୍ସ ବିଭାଗର କର୍ମକର୍ତ୍ତା ମାନେ ଏସ.ଆଇ ପ୍ରଭାତ ପଣ୍ଡାଙ୍କୁ ଗିରଫ କରି ତଦନ୍ତ ଚଲାଉଥିବା ଡିଏସପି ମହାନନ୍ଦ କହିଛନ୍ତି ।

Leave a Reply

Your email address will not be published. Required fields are marked *