ନୂଆପଡା-ବରିଷ୍ଠ କଂଗ୍ରେସ ନେତା ଜାବୀର ହୁସେନଙ୍କ ମୃତ୍ୟୁ

ନୂଆପଡା-6/4,(ନନ୍ଦିଘୋଷ ଖମାରି )-ନୂଆପଡା ଜିଲ୍ଲାର ଜଣେ ବରିଷ୍ଠ କଂଗ୍ରେସ ନେତା  ଶେଖ ଜାବୀର ହୁସେନଙ୍କ ୭୫ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି ।୧୯୪୪ ମସିହାରେ ସ୍ବର୍ଗତ ହୁସେନ ଲଖନା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ସେ ଦୀର୍ଘ ସମୟ ଧରି କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ୧୯୮୬ ମସିହାରେ ଲଖନା ଗ୍ରାମକୁ ବିଦ୍ୟୁତ ଓ ବସ ଚଳାଚଳ ବ୍ୟବସ୍ଥା ପାଇଁ ଆମରଣ ଅନଶନ ତଥା ବିଶେଷ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ଅଞ୍ଚଳର ବିକାଶ ପାଈଁ ଧର୍ମ ନିରପେକ୍ଷ  ଭାବନା ନେଇ ସାମାଜିକ ସ୍ତରରେ ସମସ୍ତକୁ ସହଯୋଗ କରୁଥିଲେ ଓ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ହିନ୍ଦୁ ମାନଙ୍କ ପର୍ବ ପର୍ବାଣୀ ସବୁବେଳେ ସାମିଲ ରହୁଥିଲେ । ସେ ତିନି ବର୍ଷ ହେବ କର୍କଟ ରୋଗରେ ପିଡୀତ ଥିଲେ ।ଆଜି ଲଖନା ସ୍ଥିତ ବାସ ଭବନରେ ୪.୩୦ ମିନିଟରେ  ତାଙ୍କର ଶେଷ ନିଶ୍ବାସ ତ୍ୟାଗ ହୋଇଛି । ଯାହା ଫଳରେ ଏକ ମହାନ ବ୍ୟକ୍ତିଙ୍କ ଜୀବନ ଶୈଲୀରେ ପୂର୍ଣଛେଦ ପଡିଥିବାରୁ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଲି ଯାଇଛି ।ଆସନ୍ତା କାଲି ସ୍ବର୍ଗତ ହୁସେନଙ୍କ ଅନ୍ତିମ ସଂସ୍କାର ଲଖନା ସ୍ଥିତ ବାସ ଭବନରେ କରାଯିବ ବୋଲି ପରିବାର ବର୍ଗ ଙ୍କ ଠାରୁ ସୂଚନା ମିଲିଛି ।

Leave a Reply

Your email address will not be published. Required fields are marked *