ଜିଲ୍ଲା ପରିକ୍ରମା

ନୂଆପଡା ଜିଲ୍ଲା ମିଲିତ ମଞ୍ଚର ପଞ୍ଚାୟତ ଘେରାଉ

ଖଡିଆଳ/ନୂଆପଡା-୧୯.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ଓଡିଶା ରାଜ୍ୟ ସ୍କୁଲ କଲେଜ ମିଲିତ ମଞ୍ଚର ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲା ମିଲିତ ମଞ୍ଚ ଖଡିଆଳ ବ୍ଲକ ଅଧିନସ୍ଥ ତୁକୁଲା , ଖାସବାହାଲ ଏବଂ ଦୋହେଳପଡା ଗ୍ରାମ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମକୁ ପଦଯାତ୍ରା ଓ ରେଳି କରି ଅଭିନବ ଉପାୟରେ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଳେ । ଦୀର୍ଘ ଦିନ ହେଲା ଶିକ୍ଷକ କର୍ମ•ରି ମାନଙ୍କ ଆନେ୍ଦାଲନ ଭୂବନେଶ୍ୱର ଗାନ୍ଧିମାର୍ଗ ରେ •ଳିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ରୁ ଏହି ଆନେ୍ଦାଳନ କୁ ଜନ ଆନେ୍ଦାଳନ ର ରୂପ ଦେବା ପାଇଁ ଶିକ୍ଷକ କର୍ମ•ରି ମାନେ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତର କୁ ଓହ୍ଲାଇଛନ୍ତି । ଆଜି ସତାଧିକ ଶିକ୍ଷକ କର୍ମ•ରି ମାନେ ସେମାନଙ୍କ ଦାବି କୁ ଜନସାଧାରଣ ଙ୍କ ମାଧ୍ୟମରେ ସରକାରଙ୍କ ପାଖକୁ ପହଞ୍ଚାଇବାପାଇଁ ଏହି ଆନେ୍ଦାଳନ ଆରମ୍ଭ କରିଛନ୍ତି । ଯୋଗ୍ୟତା ଦିନ ଠାରୁ •କିରୀ ସର୍ତ୍ତାବଲି ସହ ପୁର୍ଣ୍ଣ ଅନୁଦାନ, ସପ୍ତମ ବେତନ ସହିତ ଅନ୍ୟ ସାତୋଟି ଦାବୀ କୁ ନେଇ ସାର ରାଜ୍ୟ ରେ ଏହି ଆନେ୍ଦାଳନ •ଳୁଅଛି ବୋଳି ନୂଆପଡା ଜିଲ୍ଲା ମିଳିତମଞ୍ଚ ର ସଭାପତି ରୁଦ୍ରମାଧବ ବାରିକ ପ୍ରକାଶ କରିଛନ୍ତି । ଏହି ଆନେ୍ଦାଳନ ରେ ରାଜେନ୍ଦ୍ର ବେହେରା, ମଳୟ କୁମାର ନାୟକ , ଦିଳିପ ନାୟକ, ଦେବାନନ୍ଦ ବେହେରା, ଚିତ୍ତରଞ୍ଜନ ଦୁବେ , ପରମେଶ୍ୱର ଗହିର, ଲଳିତ କୁମାର ପ୍ରଧାନ, ଧରଣୀଧର ଦେ , ରବିନ୍ଦ୍ର ମିଶ୍ର ଏବଂ ଶତାଧିକ ସିକ୍ଷକ ପଦଯାତ୍ରା ରେ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top