ନୂଆପଡା ଜିଲା ଜନଜାତି କଲ୍ୟାଣ ସମିତି ପକ୍ଷରୁ ୨୩ ଦାଫାଦାବୀ ନେଇ ଖଡିଆଳ ତହସିଦାର ଙ୍କୁ ଦାବିପତ୍ର ପ୍ରଦାନ

ଖଡିଆଳ/ନୂଆପଡା-୧୭.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଆଦିବାସୀ ଜନଜାତି ଅଧିକାର ସମିତି ନୁଆପଡା ଜିଲା ଆଦିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ସତାଧିକ ଆଦିବାସୀ ନିଜ ପାରମ୍ପରିକ ଅସ୍ତ୍ର ସସ୍ତ୍ର ରେ ସୁସଜ୍ଜିତ ହୋଇ ଖଡିଆଳ ସମଲେଶ୍ୱରୀ ମନ୍ଦୀର ଠାରେ ମାଁଙ୍କୁ ପୁଜାଅର୍ଚ୍ଚନା ପରେ ଖଡିଆଳ ନଗର ପରିକ୍ରମା ପରେ ଖଡିଆଳ ବ୍ଲକ ରେ ପହଞ୍ଚିଥିଲେ । ସ୍ୱାଧିନତା ର ୭୦ ବର୍ଷ ପରେ ମଧ୍ୟ ଆଜି ଆଦିବାସୀ ଜନଜାତି ଅବହେଳିତ ,ନିଷ୍ପେଶିତ ଭାବରେ ରହି ବର୍ତ୍ତମାନ ମଧ୍ୟ ମୁଖ୍ୟ ଶ୍ରୋତରେ ସାମିଳ ହୋଇପାରିନାହାନ୍ତି । ସରକାର ଆଦିବାସୀ ଜନଜାତି ମାନଙ୍କୁ ସବୁପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବା ଡିଡମ୍ବ ପିଟୁଥିବା ବେଲେ ତାହା ଏବେ ମଧ୍ୟ ବନବାସୀ ଆଦିବାସୀ ଙ୍କ ପାଖରେ ପହଞ୍ଚି ପାରୁନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ସରକାର ଙ୍କ ଆଦିବାସୀ ମାନଙ୍କ ନ୍ୟାର୍ଯ୍ୟଦାବୀ ହାସଳ କରିବା ପାଇଁ ଅନବରତ ଳଢେଇ କରିବା ଜରୁରୀ ବୋଲି ଆଦିବାସୀ ନେତାମାନେ ମତବ୍ୟକ୍ତ କରିଥିଲେ । ଆଦିବାସୀ ଜନଜାତି ଙ୍କ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଥିବା ବିଭିନ୍ନ ଦାବୀ ମାନଙ୍କ ମଧ୍ୟରେ ଆମ ନୁଆପଡା ଜିଲାର ଜନଜାତି ବହୁଳ ଅଞ୍ଚଳ ଶିକ୍ଷା,ସ୍ୱାସ୍ଥ୍ୟ,ଓ ଗମନାଗମନ ର ବ୍ୟବସ୍ଥା,ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ (ଏଫଆରଏ) ଅନ୍ତର୍ଗତ ବନାଞ୍ଚଳର ଗ୍ରାମବାସୀ ଙ୍କୁ ଜଙ୍ଗଳ ଜମି ପଟ୍ଟା ତଥା ସାମୁହିକ ଅଧିକାର ପଟ୍ଟା ପ୍ରଦାନ,ସମସ୍ତ ବୃଦ୍ଧା,ବୃଦ୍ଧା ଙ୍କୁ ବିଧବା ବିକଳାଙ୍ଗଳା ଭତ୍ତା ପ୍ରଦାନ,ପେସା କାନୁନ ଅନ୍ତର୍ଗତ ଗ୍ରାମ ସଭାର ନିଷ୍ପତି କୁ ସମସ୍ତ ଯୋଜନା ମୋହର,ଜଙ୍ଗଳ ଜାତ ଦ୍ରବ୍ୟ ସରକାରୀ ଦରରେ କିଣାଯିବାର ବ୍ୟବସ୍ଥା,ଅନୁସୁଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଧାର ୩ ଅନସାରେ ସମସ୍ତ ଅଧିକାର ପ୍ରଦାନ ପ୍ରଭୁତି ୨୩ ଦଫା ଦାବୀପତ୍ର ଖଡିଆଳ ତହସିଲଦାର ତଥା ବିଡିଓ ଦାୟିତ୍ୱରେ ଥିବା ଅନିଳ କୁମାର ପଟ୍ଟନାୟକ ଙ୍କୁ ମହାମହିମ ଓଡିଶାର ରାଜ୍ୟପାଳ ଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିଲେ । ଏହି ଜିଲା ସ୍ତରୀୟ ଆଦିବାସୀ ଜନଜାତି କଳ୍ୟାଣ ସମିତି ର୍ୟାଲିରେ ଆଦିବାସୀ ଅଧିକାର ସମାବେଶ ସଭାପତି ମନୁରାମ ଶବର ,ପଶ୍ଚିମ ଓଡିଶା ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ବାଲକୃଷ୍ଣ ଶବର,ବନବାସୀ ଆଶ୍ରମ ସହପ୍ରାନ୍ତ ସମ୍ପାଦକ କୃଷ୍ଣଚନ୍ଦ୍ର ଭାଟି,ପୁର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଖାମ ସିଂ ମାଝୀ,ସାନମହେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ବିଦୁର କୁମାର ଶବର,ପୁର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଜେମାମଣୀ ଧରୁଆ,ଜିଲା ସମ୍ପାଦକ ଚନ୍ଦନ ସିଂ ମାଝୀ,ଯୁଗ୍ମ ସମ୍ପାଦକ ଭଗବାନ ଚଳାନ,ହେମସାଗର ମାଝୀ,କାର୍ତ୍ତିକ ମଲ୍ଲିକ,ମମତା ମାଝୀ,ବୋଡେନ ବ୍ଲକ ସଭାପତି ଲକ୍ଷ୍ମଣ ଭୋଇ,ବସନ୍ତ ଶବର ସମେତ ହଜାର ହଜାର ଆଦିବାସୀ ସମେତ ବନବାସୀ କଳ୍ୟାଣ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *