ad
ଓଡ଼ିଶା

ନୂଆପଡା-ଜଙ୍ଗଲୀ ରାସ୍ତା ଯୋଗୁଁ, ଷ୍ଟେଚରରେ ବୁହାହେଲା ଗର୍ଭବତୀ ମହିଳା

ନୂଆପଡା -୧୪/୦୩ – (ଓଡ଼ିଆ ପୁଅ /ହେରମ୍ଭ ମେହେର )-ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ କପରଗଡ ଗ୍ରାମରୁ ବୁହାହେଲେ ଗର୍ଭବତୀ ମହିଳା। ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ କିରକିଟା ପଞ୍ଚାୟତ ଅଧିନସ୍ଥ କପରଗଡ ଗ୍ରାମରୁ ରାସ୍ତା ନଥିବାରୁ ଚାରି ଚକିଆ ଗାଡି ଯାତାୟତ କରିପାରେ ନାହିଁ। ଯାହା ଫଳରେ ଆଜି କପରଗଡ ଗ୍ରାମର ପରମାନନ୍ଦ ମାଝିଙ୍କ ସ୍ତ୍ରୀ ଜୋଗିନୀ ମାଝିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସ ସେବାକୁ ଫୋନ କରାଗଲା, ହେଲେ କପରଗଡ ଗ୍ରାମକୁ ଆମ୍ବୁଲାନ୍ସ ଯିବାପାଇଁ ରାସ୍ତା ନଥିବାରୁ ଗର୍ଭବତୀ ଜୋଗିନୀ ମାଝିଙ୍କୁ ତାଙ୍କର ସମ୍ପର୍କିୟ ମାନେ ଷ୍ଟେଚାର ସାହାଯ୍ୟରେ ପାହାଡିଆ ରାସ୍ତାରେ ବୋହି ଆଣି ହସ୍ପିଟାଲକୁ ପହଁଚାଇଥିଲେ।

ଅପରପକ୍ଷେ ଆଜକୁ ଭାରତ ସ୍ୱାଧୀନ ହେବାର ସତୁରି ବର୍ଷ ପରେ ବି ଗାଁକୁ ଠିକ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅପହଞ୍ଚ ହୋଇଛି। ଶିଶୁ ବିକାଶ, ମହିଳା ବିକାଶ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି କିନ୍ତୁ ତାହା କପରଗଡ ଗ୍ରାମବାସୀଙ୍କ ପାଇଁ କେତେ ପରିମାଣରେ ଲାଭ ହେଉଛି ଜୋଗିନୀ ମାଝି ହେଉଛନ୍ତି ତାର ଜ୍ବଳନ୍ତ ଉଦାହରଣ। ପ୍ରକାଶଥାଉକି ଏହି ଗ୍ରାମରୁ ଅନେକଥର ରୋଗୀ ହେଉ ଅବା ଗର୍ଭବତୀ ଖଟଦୋଳିରେ ବୁହାହୋଇ ଚିକିତ୍ସା ପାଇଁ ଯାଆନ୍ତି ତଥାପି ଏଥିପ୍ରତି କାହାରି ନଜର ପଡୁନାହିଁ। ଅଞ୍ଚଳ ବାସୀ ଅନେକ ସମୟରେ ରାସ୍ତା ଟିକକ ପାଇଁ ଅଭିଯୋଗ, ଅନୁରୋଧ କରିଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ ଶୁଣୁନଥିବା ଗ୍ରାମବାସୀ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top