ନୂଆପଡା -କୋମନା ପଞ୍ଚାୟତ ସମିତି କଲେଜ ରେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଉପରେ ସଚେତନତା କାର୍ଯ୍ୟକ୍ରମ

ନୂଆପଡା/କୋମନା-୨୫/୪-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା କୋମନା ସ୍ଥିତ +୨ ମହାବିଦ୍ୟାଲୟରେ କୋମନା ଯୁବ ରେଡକ୍ରସ ପକ୍ଷରୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଏରିଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଙ୍ଗାରୀ ଗାଁରେ କାର୍ଯ୍ୟକ୍ରମ  ଉପରେ ସଚେତନତା କରାଯିବା ସହ ଗ୍ରାମବାସୀଙ୍କୁ ଲିପ୍ଟଲେଟ ବଣ୍ଟନ କରାଯାଇଥିଲା । ପରେ ପଞ୍ଚାୟତ ସମିତି କଲେଜର ଅଧ୍ୟ୍ୟକ୍ଷ ସିଦ୍ଧେଶ୍ବର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅଧ୍ୟ୍ୟାପକ ଶେଷଦେବ ନାଏକ ଓ ଦୀପକ କୁମାର ଦାସ ପ୍ରମୁଖ ସଚେତନତା ଉପରେ ଦିଗ୍ଦର୍ଶନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ କାଉନସେଲର  ଅଶ୍ବନୀ ଓତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *