ନୂଆପଡା-୨୫/୫-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା କୋମନା ସ୍ଥିତ ଚେତନା ମହିଳା ସଂଗଠନ ପକ୍ଷରୁ ନିଶା ନିବାରଣ ନିମନ୍ତେ ଏକ ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି କ୍ରମରେ ଅଞ୍ଚଳର ଶତାଧିକ ମହିଳା ସଚେତନ ଶୋଭାଯାତ୍ରାରେ ସାମିଲ ହୋଇ ବିଭିନ୍ନ ପ୍ଲାକାର୍ଡ ସହ ସହର ପରିକ୍ରମା କରିଥିଲେ। ଏହାପରେ ବସଷ୍ଟାଣ୍ଡ ନିକଟରେ ଏକ ସଭା ଆୟୋଜନ ହୋଇଥିଲା। ଆୟୋଜିତ ସଭାରେ ଚେତନା ମହିଳା ସଂଗଠନର ସଭାନେତ୍ରୀ ସୋନାଲୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟ୍ୟକ୍ଷା ନମିତା ପ୍ରଧାନ, ବ୍ଲକ ଚେୟାରମେନ ମନୋଜ ମିଶ୍ର, କୋମନା ସରପଞ୍ଚ କ୍ରିଷ୍ଣା ତିୱାରୀ ,ପୂର୍ବତନ ସରପଞ୍ଚ ସଦନ ତିଓ୍ବାରୀ ଓ ଦୁର୍ଯ୍ୟୋଧନ ପ୍ରଧାନ ସମେତ ଶିକ୍ଷାବିଦ ଗଙ୍ଗାଧର ହୋତା ଓ ପ୍ରଫୁଲ୍ଲ ହରପାଲ ପ୍ରମୁଖ ଯୋଗଦେଇ ନିଶା ନିବାରଣ ଉପରେ ନିଜ ମତାମତ ରଖିଥିଲେ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋମନା ଆଇ ଆଇ ସି ଶଲ୍ୟ ନାଏକ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ କରିଥିଲେ।

Loading...