ନୂଆନନ୍ଦ ପଞ୍ଚାୟତସ୍ତରୀୟ କ୍ରୀଡା

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ବ୍ଲକର ନବଗଠିତ ନୂଆନନ୍ଦ ପଞ୍ଚାୟତରେ ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସୁଶାନ୍ତ ମଳିକ ଏହି କ୍ରୀଡା ଉତ୍ସବକୁକ ଉଦଘାଟନ କରିଥିବା ବେଲେ ସମାଜସେବୀ ଧର୍ମାନନ୍ଦ ମହାପାତ୍ର, ସମିତି ସଭ୍ୟା ଉର୍ମିଳା ଦାସ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ୩୮୪ ଛାତ୍ରଛାତ୍ରୀ ୧୦୦ମିଟର ଦୌଡ,  ୫୦ମିଟର ଅଖା ଦୌଡ,  ଅଙ୍କକଷା ଦୌଡ,  ସ୍କିପିଂ, ମ୍ୟୁଜିକ ଚେୟାର,  ନିଡର ରେସ,  ଡିବେଟ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସରପଞ୍ଚ ତଥା ସମାଜସେବୀ ବସନ୍ତ ନାୟକ ସଭାପତିତ୍ୱ କରିଥିଲେ। ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଦିବାକର ନୋଡାଲର ପ୍ରଧାନ ଶିକ୍ଷକ ରଫିକୁର ରହେମାନ ପଞ୍ଚାୟତର ବହୁ ବରିଷ୍ଠ ଜନସାଧାରଣ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶିକ୍ଷକ ଦେବେନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ପଞ୍ଚାୟତର ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଇନ୍ଦିରା ପତି,  ଆରଡି ଜେନା, ପ୍ରଫୁଲ୍ଲ ସାହୁ, ହରେକୃଷ୍ଣ ବାରିକ, କରୁଣାକର ମଲିକ,  ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯାଗ କରିଥିଲେ।

Leave a Reply

Your email address will not be published. Required fields are marked *