ad
ଓଡ଼ିଶା

ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଟିଏମସି ସାଂସଦ ସୌମିତ୍ର ଖାନ୍

ଯୋଗ ଦେଇଥିବା ନେତା ଓ କର୍ମୀ ଆଗାମୀ ଦିନରେ ବିଜେପିର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବେ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଭୁବନେଶ୍ୱର, ୦୯ ଜାନୁଆରୀ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଧବାର ନୂଆଦିଲ୍ଲୀ ଠାରେ ପଶ୍ଟିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସୌମିତ୍ର ଖାନ୍ ଏବଂ ତାଙ୍କର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ସାଧାରଣ ସଚିବ ଶ୍ରୀ ଅରୁଣ ସିଂହଙ୍କ ଉପସ୍ଥିତିରେ ଏମାନେ ଆଜି ଦଳରେ ସାମିଲ ହୋଇଥଲେ। ନୂଆଦିଲ୍ଲୀର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯୋଗ ଦେଇଥିବା ନେତା ଓ କର୍ମୀ ଆଗାମୀ ଦିନରେ ବିଜେପିର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top