ଓଡ଼ିଶା

ନୂଆଦିଲ୍ଲୀ ନୂଆଁଖାଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) – ନୂଆଦିଲ୍ଲୀ ଜବାହାରଲାଲ ହେହେରୁ ଷ୍ଟାଡ଼ିୟମର ଅଡ଼ିଟୋରିୟମରେ ଆସନ୍ତାକାଲି ହେବାକୁ ଥିବା ନୂଆଁଖାଇ ପରବ-୨୦୧୮ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ନୂଆଁଖାଇ ସମସ୍ତଙ୍କ ଠାରେ ଆନନ୍ଦ ଏବଂ ଆଶା ଆଣିଥାଏ। କଠିଣ ପରିଶ୍ରମ ଏବଂ ସଫଳତା ଆଧାରିତ ଏହି ପର୍ବ ପାଳନରେ ଚାଷୀମାନେ ଉତ୍ପାଦିତ ପ୍ରଥମ ଶସ୍ୟକୁ ଦେବାଦେବୀଙ୍କୁ ଅର୍ପଣ କରିଥାନ୍ତି। ଏକତା ବନ୍ଧନର ପ୍ରତୀକ ନୂଆଁଖାଇରେ ସମସ୍ତେ ଏକାଠି ହୋଇ ଅଞ୍ଚଳର ଆକର୍ଷଣୀୟ ସଂସ୍କୃତିକୁ ପ୍ରତିଫଳନ କରିଥାନ୍ତି। ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ନୂଆଁଖାଇ ଆନନ୍ଦ ମୁଖର ହେବା ସହିତ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ପରିଚୟ ପାଳନର ଉତ୍ସବ ହେଉ। ଏହି ପବିତ୍ର ନୂଆଁଖାଇରେ ଆମ ସମସ୍ତଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଶୀର୍ବାଦ କାମନା ସହିତ ସମାରୋହର ସଫଳତା କାମନା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନୂଆଁଖାଇ ଜୁହାର ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top