ଓଡ଼ିଶା

ନୂଆଦିଲ୍ଲୀରେ ପୁଷପୁନି ପାଳିତ

ନୂଆଦିଲ୍ଲୀ, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – – ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ପୁଷପୁନି’ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ନୂଆଦିଲ୍ଲୀର ଏମ୍ସର ଫାକଲଟି କ୍ଲବରେ ରବିବାର ୭ ଜାନୁଆରୀ ୨୦୧୮ରେ ଧୂମ୍ଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପଶ୍ଚିମ ଓଡ଼ିଶାର ସୁବିଖ୍ୟାତ ସମ୍ବଲପୁରୀ ନୃତ୍ୟ ତଥା ଓଡ଼ିଶୀ ନୃତ୍ୟ ଇତ୍ୟାଦି ପରିବେଷିତ ହୋଇଥିଲା। ଉତ୍ସବରେ ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରୁ ପ୍ରାୟ ୨୫୦ ଜଣ ସଦସ୍ୟ ଯୋଗଦାନ କରିଥିଲେ। ପଶ୍ଚିମ ଓଡ଼ିଶାର ପ୍ରଥାନୁଯାୟୀ ପାରମ୍ପରିକ ଖାଦ୍ୟ ସିଝା ମଣ୍ଡା, ଚାଉଳ ବରା, କାକରା, ସୁଜି ମଣ୍ଡା, ରସବରା, ସମ୍ବଲପୁରୀ ଚାଟ୍ ଇତ୍ୟାଦି ଖାଦ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା।

ଉତ୍ସବରେ ବରଗଡ଼ ପାର୍ଲିଆମେଣ୍ଟ ସଦସ୍ୟ ଡ. ପ୍ରଭାସ ସିଂହ, ଡ଼. ଅରବିନ୍ଦ ପାଢ଼ୀ, ଡ. ସଞ୍ଜୀବ ପାଟ୍ଟଯୋଷୀ, ଯୋଗୀ ରଞ୍ଜନ ପାଣିଗ୍ରାହୀ, ଶରତ ନନ୍ଦ, ଅଶୋକ ପଣ୍ଡା, ଡ. ଭବାନୀ ଦୀକ୍ଷିତ, ବିକାଶ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିମଳ ପଣ୍ଡା, ପ୍ରଭାକର ମେହେର, ଅର୍ଜୁନ ସାହୁ, ସୁଶୀଳ ମେହେର, ପୂର୍ଣ୍ଣେନ୍ଦୁ ହୋତା, ଗୋପାଳ ମିଶ୍ର, ମାନସ ରଞ୍ଜନ ମିଶ୍ର ଉତ୍ସବ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top