ଜିଲ୍ଲା ପରିକ୍ରମା

ନୂଆଖାଇ ଆସୁଛି ,ଦାଦନ ଦଳାଳ ଶକ୍ରିୟ ,ଗରିବ ଶ୍ରମିକ ମାନଙ୍କୁ ବଇନା ଦେବା ଆରମ୍ବ

ଖଡିଆଳ/ନୂଆପଡା-୧୯.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ତଥା ଗଣପର୍ବ ନୂଆଖାଇ ଆଉ ମାସେ ରହିଲା । ଗରିବ ପରିବାର ମାନଙ୍କ ଅସୁବିଧାର ସୁଯୋଗ ନେଇ ଦାଦନ ଦଲାଲ ମାନେ ବାହାର ରାଜ୍ୟ କୁ ଦାଦନ ଖଟେଇ ନେବା ପାଇଁ ଖଡିଆଳ ବ୍ଲକ ,ବୋଡେନ ବ୍ଲକ ଓ ସିନାପାଲି ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ ବଇନା ଦେବା ଆରମ୍ବ କରିଦେଇଥିବା ସୁଚନା ମିଳିଲାଣି । ବଇନା ଆକାରରେ ଜଣେ ପରିବାରର ସଦସ୍ୟ ମାନଙ୍କୁ ୨୦ ହଜାର ରୁ ୨୫ ହଜାର ଓ ୧୦ ରୁ ୧୨ ବର୍ଷ ପୁଅ ଝିଅ ମାନଙ୍କୁ ୧୦ ରୁ ୧୨ ହଜାର ଟଙ୍କା ମଧ୍ୟରେ ଆଗତୁରା ବଇନା ଦେଉଥିବା ଆରମ୍ବ ହୋଇଯାଇଥିବା ଅଚଂଳରେ ଚର୍ଚ୍ଚା ଆରମ୍ବ ହୋଇଯାଇଛି । ନୁଆଖାଇ ମାସେ ପୁର୍ବରୁ ଏହି ବଇନା ଦିଆ ଘଟଣା ବହୁବର୍ଷ ହୋଇ ଗଳାଣି । ସରକାର ଠିକ ଭାବରେ ଗରିବ ହିତାଧିକାରୀ ମାନଙ୍କୁ ସରକାରୀ କାମ ଯୋଗାଇ ପାରୁନାହାନ୍ତି । ଯଦି ବି ସରକାରୀ କାମ ମିଲେ ,କାମର ଟଙ୍କା ପାଇବାକୁ ୬ ମାସ ଲାଗିଯାଇଥାଏ । ସେଥିପାଇଁ ସରକାରୀ କାମ କରିବା ପାଇ ଗରିବ ଶ୍ରେଣୀର ଲୋକମାନେ ଚାହିଁ ନଥାନ୍ତି । ଆଗତୁରା ଟଙ୍କା ମିଳିଯାଉଥିବାରୁ କୈାଣସି କଥା ଚିନ୍ତା ନକରି ବଇନା ଟଙ୍କା ନେଇଯାଇଥାନ୍ତି । ନବାନ୍ନ ଭକ୍ଷଣ ସରିଲା ଏକ ସପ୍ତାହ ପରେ ପରେ ବାଇନା ନେଇଥିବା ଶ୍ରମିକ ମାନଙ୍କୁ ବର୍ଷା ଆସିବା ପର୍ଯ୍ୟନ୍ତ ୬ ରୁ ୮ ମାସ ପର୍ଯ୍ୟନ୍ତ ଜେଳ ଭିତରେ ରହିଲା ପରି ସେଠାରେ ରହି କାମ କରିଥାନ୍ତି । ପା୍ରୟତଃ ଏହି ଦାଦନ ଶ୍ରମିକ ମାନେ ଆନ୍ଧ୍ରପ୍ରଦେଶ ,ମହାରାଷ୍ଟ୍ର ,ଚେନ୍ନାଇ ଇତ୍ୟାଦି ରାଜ୍ୟକୁ କୁ ଇଟା ଗଢିବା ସହିତ ବିଭିନ୍ନ ଫାରମ୍ ହାଉସ ମାନଙ୍କରେ କାମ କରିବାକୁ ପଡିଥାଏ । ସେଠାକୁ ଏହି ଅଚଂଳର ଦାଦନ ସରଦାର ମାନେ ହିଁ ନେଇଥାନ୍ତି । ଜଣେ ଜଣେ ଦାଦନ ଶ୍ରମିକ ମାନଙ୍କ ଠାରୁ ଦାଦନ ସରଦାର ମାନେ ମୋଟା ଅଙ୍କରେ ଟଙ୍କା ପାଉଥିବାରୁ ଦାଦନ ଚାଲଣ ଧନ୍ଧାକୁ ଅନେକ ଲୋକ ମୁଖ୍ୟ ବେଉଷା କରିଦେଲେଣି । ଏହା ଦ୍ୱାରା ଅନେକ ଗରିବ ଦାଦନ ଶ୍ରମିକ ସର୍ଦ୍ଦାର ମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହେବା ସଙ୍ଗେ ସଙ୍ଗେ ମୃତୁ୍ୟ ମୁଖରେ ପଡୁଥିବା ଘଟଣା ଦୈନନ୍ଦିନ ଖବର କାଗଜରେ ପୃଷ୍ଠା ମଣ୍ଡନ କରୁଛି । ଜିଲ୍ଲା ପ୍ରଶାସନ ଅନୈତିକ ଦାଦନ ସମସ୍ୟା ରୋକିବା ପାଇଁ ସାଧାରଣରେ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top