ଓଡ଼ିଶା

ନୂଆଁଖାଇ ଶୁଭଲଗ୍ନ ନିର୍ଦ୍ଧାରିତ

ସମ୍ବଲପୁର ୪-୯ (ଓଡ଼ିଆ ପୁଅ) – ପ୍ରାଚୀନ ପରମ୍ପରା ଅନୁସାରେ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ଶ୍ରୀଶ୍ରୀ ବ୍ରହ୍ମପୁରା ଗୋପୀନାଥ ମହାପ୍ରଭୂଙ୍କ ମନ୍ଦିର ପରିସରରେ ସୋମବାରଦିନ ନୂଆଁଖାଇ ଲଗ୍ନ ନିର୍ଣ୍ଣାୟକ ବୈଠକ ଅନୁଷ୍ଠିତ ହୋଇଛି। ଗଣନା ଓ ବିଚାର ବିମର୍ଶ ପରେ ଶ୍ରୀ ସମ୍ବତ ୨୦୭୫, ଶକାବ୍ଦ ୧୯୪୦ ସିଂହ ୨୯ ଦିନ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଇଂ.ତା ୧୪.୦୯.୨୦୧୮ରିଖ ଶୁକ୍ରବାର ପ୍ରଶସ୍ତ ତୁଳା ଲଗ୍ନେ ବିଶାଖା ନକ୍ଷତ୍ରେ ଅମୃତ ସମୟେ ପୂର୍ବାହ୍ନ ୮ଟା ୧୦ ମିନିଟରୁ ୮ଟା ୪୦ ମିନିଟ ମଧ୍ୟେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନବାନ୍ନ ଭୋଗକୁ ଶୁଭ ବୋଲି ଧାର୍ଯ୍ୟ କରାଯାଇଛି। ଏହି ଲଗ୍ନରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନୂଆ ଚାଉଳ ଅର୍ପଣ କରାଗଲା ପରେ ଅନ୍ୟାନ୍ୟ ଦେବାଦେବୀଙ୍କ ଠାରେ ଭୋଗ ଲଗାଯିବ।

ପଣ୍ଡିତ ଅମରନାଥ ମିଶ୍ର, ପଣ୍ଡିତ ପ୍ରଭାକର ତ୍ରିପାଠୀ, ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର କରଶର୍ମା, ପଣ୍ଡିତ ମହେନ୍ଦ୍ର ପୂଜାରୀ, ପଣ୍ଡିତ କମଳାକାନ୍ତ ମିଶ୍ର, ଶୈଳେନ୍ଦ୍ର ପୂଜାହାରୀ, ପଣ୍ଡିତ ସୁରେଶ ଚନ୍ଦ୍ର ଦେବତା, ପଣ୍ଡିତ ଗୋପୀନାଥ ପଣ୍ଡା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମଣ ବେହେରା, ଚକ୍ରଧର ପଣ୍ଡା, ଦୀନବନ୍ଧୁ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ନନ୍ଦ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ପ୍ରଭୂଦତ୍ତ ନାୟକ ପ୍ରମୁଖ ପଣ୍ଡିତ ମଣ୍ଡଳୀ ଲଗ୍ନ ନିର୍ଣ୍ଣୟ କରିଥିବା ବେଳେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଭାପତି ସରୋଜ ଦଲପତ, ଶ୍ରୀମନ୍ତ କୁମାର ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ପ୍ରାଣ ରଞ୍ଜନ ପଣ୍ଡା, ସରୋଜ କୁମାର ସାହୁ, ଅଭିଷେକ ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଲଗ୍ନ ନିର୍ଣ୍ଣୟ ପରେ ମହାପ୍ରଭୂଙ୍କ ଠାରେ ଆଳତୀ କରାଯାଇଥିଲା। ଏହାବାଦ ଲଗ୍ନପତ୍ରକୁ ପଣ୍ଡିତମାନେ ବାଜାଗଜା ସହ ଏକ ଶୋଭାଯାତ୍ରାରେ ସମଲେଶ୍ୱରୀ ମନ୍ଦିରକୁ ଯାଇ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top