ଓଡ଼ିଶା

ନୂଆଁଖାଇ ଦିନ ପର୍ଯ୍ୟନ୍ତ ବଞ୍ଚିବାକୁ ଗୁହାରି କରିଛି ଗୁରୁତର ଶଯ୍ୟାଶାୟୀ: ପ୍ରଶାସନର ପ୍ରତାରଣା

ଟିଟିଲାଗଡ଼ ୧୦-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିବାସୀ ଜଣେ ଏଡ୍ସ ଆକ୍ରାନ୍ତ ବିଧବା ମହିଳା ବିଗତ ଦୁଇ ମାସ ତଳେ ରକ୍ତ ହୀନତା ଥିଲା ଓ ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ଘରୁ ସ୍ବେଛାସେବୀ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସାମାଜିକ ବାସନ୍ଦ ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ଉକ୍ତ ବିଭାଗୀୟ ଜିଲ୍ଲା ଡ଼ି ପି ଏମ ରାଜେନ୍ଦ୍ର ମହାରଣା ଉକ୍ତ ମହିଳାଙ୍କୁ ସମସ୍ତ ସେବା ଯୋଗାଇଦେବା ପ୍ରତିଶୃତି ଦେଇଥିଲେ ଓ କିଛି କର୍ମଚାରୀଙ୍କୁ ଦାଇତ୍ୱ ଦେଇଥିଲେ। ଡାକ୍ତର ରକ୍ତର ପରିମାଣ କମ ଥିବା ଓ ତାକୁ ତିନି କେଟ ରକ୍ତ ଦେବାକୁ କହିଥିଲେ। ହେଲେ ଉକ୍ତ କର୍ମଚାରୀଙ୍କ ଅବହେଳାରୁ ଓ ଅସହାୟତା, ଅଭାବ ଯୋଗୁଁ ତାଙ୍କୁ ରକ୍ତ ଦିଆଯାଇନଥିଲା। କେବଳ କିଛି ସାଲାଇନ ଦେଇ ସାମାନ୍ୟ ଚାଲବୁଲ କରିବାରୁ ତୁରନ୍ତ ଘରକୁ ଟ୍ରେନରେ ଟିକଟ କରି ଫେରେଇ ଟିଟିଲାଗଡରେ ରକ୍ତ ବ୍ୟବସ୍ଥା କରିଦେବୁ ତୋର ସୁବିଧା ହେବ କହି ନିଜ ମୁଣ୍ଡରୁ ଦାଇତ୍ୱ ଖସେଇ ଦେଇଥିଲେ। ତେବେ ସେ ଟିଟିଲାଗଡ ଆସି ପୂର୍ବବତ ଗୁରୁତର ହୋଇଯାଇଛି। ହେଲେ ପ୍ରଶାସନ ଓ ଉକ୍ତ ସାଇ, ବିହାନ ଆଦି କର୍ମକର୍ତ୍ତାଙ୍କ ଦେଖା ନାହିଁ। ଏବେ ତୁରନ୍ତ ରକ୍ତର ଆବଶ୍ୟକ ଥିବା ବେଳେ କେହି ସାହା, ଭାରସା ନ ଥିବା ବେଳେ କେତେବେଳେ ପ୍ରାଣବାୟୁ ଚାଲିଯିବା ସେ ସ୍ଥିତିରେ ଆକୁଳ ନିବେଦନ କରିଛି। ଏଆରଟି ସେବନ ସତ୍ୱେ ପୁଷ୍ଟିକର ଆହାର ପ୍ରଦାନ ପାଇଁ ସରକାରୀ ସ୍ୱତନ୍ତ୍ର ଯୋଜନା ଥିବା ବେଳେ ଉକ୍ତ ସାଇ, ଓ ବିହାନ ତଥା ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଆଜି ରକ୍ତର ଅଭାବରେ ମୃତ୍ୟୁର ଶିକାର ହେବା, କାଗଜ, କଲମରେ ଏମିତି କେତେ ଜଣଙ୍କ ସଠିକ ଚିକିତ୍ସା ଓ ସେବା ଯତ୍ନ, ପ୍ରୋଟିନ ଯୁକ୍ତ ଔଷଧ, ଆହାର ଦର୍ଶାଇ ମାସିକ ସତର ଲକ୍ଷ ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି। ତେବେ ଏ ମହିଳା ଆମ ନିକଟରେ ଆକୁଳ ନିବେଦନ କରି ଚିକିତ୍ସା ଭିକ୍ଷା କରିବା ସହ ନୁଆଁଖାଇ ପର୍ଯ୍ୟନ୍ତ ଯଦି ମୁଁ ବଞ୍ଚିଯିବି ମୋ ସନ୍ତାନଙ୍କ ସହ ନୁଆଁଖାଇ ମରିଗଲେ ମୋର ଦୁଃଖ ନାହିଁ ବୋଲି ପ୍ରକାଶ କରି ଦୁଇ ସନ୍ତାନଙ୍କୁ ଅନାଥ ଆଶ୍ରମରେ ଛାଡି ଦେବାକୁ କହିଛି। ତା’ର ଏ ଅବସ୍ଥା ପାଇଁ ଉକ୍ତ ଜିଲ୍ଲା ପ୍ରଶାସନର ପ୍ରତିଶୃତି ଦେଇଥିବା କର୍ମଚାରୀ ହିଁ ଦାୟୀ ବୋଲି ଜଣାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top