ନୁ୍ୟ ଇଣ୍ଡିଆ ୨୦୨୨ ମିଶନରେ ବୌଦ୍ଧଜିଲାକୁ ସାମିଲ କରିବାକୁ ଦାବିକଲା ବିଜେଡି, ଦଳୀୟ ସ୍ୱାର୍ଥ ଛାଡି ମାଟି ପାଇଁ ଦାବିକୁ ସମର୍ଥନ କରିବାକୁ ବିରୋଧୀଙ୍କୁ ଆହ୍ୱାନ

ବୈାଦ୍ଧ,୦୭.୧୨ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : କେନ୍ଦ୍ର ସରକାର ଜିଲା ଗୁଡ଼ିକର ସାମଗ୍ରୀକ ବିକାଶ ପାଇଁ ଓଡ଼ିଶାର ୮ ଟି ଜିଲାକୁ ମିଶାଇ ଦେଶର ୧୧୫ ଟି ଜିଲାକୁ ସାମିଲ କରି ନୁ୍ୟ ଇଣ୍ଡିଆ ୨୦୨୨ ମିଶନ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନା ଗମନ କ୍ଷେତ୍ରରେ ବହୁ ପଛରେ ପଡିଥିବା ବୌଦ୍ଧଜିଲାକୁ ଏହି ଯୋଜନାରେ ସାମିଲ କରାଯାଇନଥିବାରୁ ସାଧାରଣରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିପେକ୍ଷୀରେ ଜିଲା ଯୁବଛାତ୍ର ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବୌଦ୍ଧଜିଲାକୁ କେନ୍ଦ୍ର ସରକାର ନୁ୍ୟ ଇଣ୍ଡିଆ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି । ଯୁବ ବିଜେଡି ସଭାପତି ମୃତୁ୍ୟଂଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଜୋନାଲ ସଭାପତି ଅଶୋକ କୁମାର ସାହୁ ବୌଦ୍ଧଜିଲାକୁ ନୁ୍ୟ ଇଣ୍ଡିଆ ଯୋଜନାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦଳୀୟ ସ୍ୱାର୍ଥକୁ ଛାଡି ମାଟି ପାଇଁ ଏହି ଦାବିକୁ ସମର୍ଥନ କରିବାକୁ ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଜଣାଇଛନ୍ତି । ବୌଦ୍ଧ ଏକ କୃଷି ଭିତିକ ତଥା କଳକାରଖାନା ବିହିନ ଜିଲା ହୋଇଥିବାବେଳେ ସ୍ୱାଧୀନତା ପରବର୍ତ୍ତି ସମୟରୁ ଏହା ରାଜନୈତିକ ଓ ପ୍ରଶାସନସିକ ଷଡଯନ୍ତ୍ରର ଶିକାର ହୋଇ ଅବହେଳିତ ହୋଇରହିଛି । ୧୯୧୨ ମସିହାରେ ରାଜାଙ୍କ ପ୍ରଚେଷ୍ଟାରେ ଏଠାରେ ହାଇସ୍କୁଲ ପ୍ରତିଷ୍ଠା ହୋଇପାରିଥିବାବେଳେ କଲେଜ ସ୍ଥାପନ ପାଇଁ ୬୭ବର୍ଷ ସମୟ ଲାଗିଥିଲା । ଫଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ଜିଲା ବହୁ ପଛରେ ପଡିବା ସହିତ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ କଲେଜ ସରକାରୀ ମାନ୍ୟତା ପାଇପାରିନାହିଁ । ଏହାବ୍ୟତୀତ କେନ୍ଦ୍ରସରକାରଙ୍କ ଦ୍ୱାରା ପଶ୍ଚିମ ଓଡ଼ିଶାର ତିନୋଟି ବୃହତ ଜିଲା ଅଭିଭକ୍ତ କଳାହାଣ୍ଡି,ବଲାଙ୍ଗୀର ଓ କୋରାପୁଟ ଜିଲାକୁ ନେଇ କେବିକେ ଯୋଜନା ଓ ପରେ ରାଜ୍ୟ ସରକାରଙ୍କ ବିଜୁ କେବିକେ ଯୋଜନାରୁ ମଧ୍ୟ ଏହି ଜିଲାକୁ ବାଦ ଦିଆଯାଇଥିଲା । କେବଳ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ସାମିଲ ହୋଇଥିବା ଏହିଜିଲା ଆଜି ମଧ୍ୟ ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତଙ୍କ ଅଧିନରେ ରହିଛି । ତେଣୁ ଜିଲାର ବିକାଶକୁ ନେଇ ସବୁ ସମୟରେ ବୁଦ୍ଧିଜିବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି । ପୁଣିଥରେ କେନ୍ଦ୍ର ସରକାର ପଛୁଆ ଜିଲା ଗୁଡିକର ବିକାଶ ପାଇଁ ନୁ୍ୟ ଇଣ୍ଡିଆ ୨୦୨୨ ମିଶନ ନାମରେ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ବୌଦ୍ଧଜିଲାକୁ ଏଥିରୁ ବାଦ ଦିଆଯିବା ଘଟଣା ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ବୌଦ୍ଧଜିଲାକୁ ଏଥିରେ ସାମିଲ କରାଯିବାକୁ ଜିଲା ଯୁବ ଓ ଛାତ୍ର ବିଜେଡିର ଦାବି ଯଥାର୍ଥ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଜିଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଆବଶ୍ୟକ ହେଲେ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ରବିଜେଡିର ସଭାପତି ସଂଗ୍ରାମ କେଶରୀ ଦାସଙ୍କ ସମେତ ଅନେକ ଯୁବ ନେତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *