ନୂତନ ରଥରେ ସଂଯୋଗ ହେଲା ଚକ

ପାରଳାଖେମୁଣ୍ଡି, ୨୪ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ନୂତନ ରଥ କାର୍ଯ୍ୟ ଜୋର ଧରିଥିବା ବେଳେ ରଥରେ ଚକଗୁଡିକ ମଧ୍ୟ ସଂଯୋଗ ଆରମ୍ଭ ହୋଇଯାଇଛି। ଜଗନ୍ନାଥ ରଥରେ ୮ଟି ଚକ, ବଳଭଦ୍ର ରଥରେ ୮ଟି ଚକ ଏବଂ ସୁଭଦ୍ରା ରଥରେ ୬ଗୋଟି ଚକ ଏହିପରି ମୋଟ ୨୨ ଗୋଟି ଚକ ଲାଗିବାର ବ୍ୟବସ୍ଥା ହୋଇଛି। ଏଗୁଡିକ ମଧ୍ୟରୁ ୧୦ଗୋଟି ଚକ ନୂତନ ଭାବେ ନିର୍ମାଣ କରାଯିବାକୁ ଥିବା ବେଳେ ଅନ୍ୟଗୁଡିକ ପୁରାତନ ରଥର ଚକକୁ ନବିକରଣ କରାଯାଇ ରଥରେ ଖଞ୍ଜା ଯାଇଥିବା ରଥ ନିର୍ମାଣ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୧୮ଗୋଟି ଚକ ଖଞ୍ଜା ହୋଇସାରିଥିବା ବେଳେ ଆଉ ୪ଗୋଟି ଚକ କାର୍ଯ୍ୟ ହେବାକୁ ବାକି ରହିଯାଇଛି। ତେବେ ରଥଯାତ୍ରା ପୁର୍ବରୁ ସଠିକ ସମୟରେ ଏହି ସବୁ କାର୍ଯ୍ୟ ସମାପ୍ତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏହି ସମସ୍ତ କାର୍ଯ୍ୟ ରଥଯାତ୍ରା କମିଟି ପକ୍ଷରୁ ବସନ୍ତ କୁମାର, ସୁରେଶ ମାଝି, ବସନ୍ତ ପଣ୍ଡା, ରାମନାଥ ମିଶ୍ର ପ୍ରମୁଖଙ୍କ ତତ୍ୱାବଧାନରେ ସୂଚାରୁ ରୂପେ ଚାଲୁରହିଛି।

Leave a Reply

Your email address will not be published. Required fields are marked *