ହାଟଡ଼ିହି, ୨୪/ ୯ (ଓଡ଼ିଆ ପୁଅ) : ସୁଶାନ୍ତ କୁମାର ବାରିକ ହାଟଡିହି ବ୍ଲକର ନୁତନ ବିଡିଓ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୁର୍ବରୁ ସେ କୋରାପୁଟ ଜିଲ୍ଲାର ସଦର ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ବିଡିଓ ଶ୍ରୀଯୁକ୍ତ ବାରିକ ହାଟଡିହି ବ୍ଲକରେ ପହଞ୍ଚିବାପରେ ତାଙ୍କୁ ବ୍ଲକ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ତଥା ଶାସଙ୍ଗ ସରପଞ୍ଚବିମ୍ବାଧର ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ନେତା ବିଶ୍ୱନାଥ ନାୟକ, କଳ୍ପତରୁ ସେଠୀ, ଶଶାଙ୍କ ଶେଖର ପୁହାଣ, ବୈଦ୍ୟନାଥ ସାମଲ, ଅଭିମନ୍ୟୁ ସେଠୀ, ଗୋପାଳ ନାୟକ, ସନ୍ତୋଷ ନାୟକ, ଜଗନ୍ନାଥ ନାୟକ, ବୁଦ୍ଧଦେବ ଜେନା, ଗେଡମା ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଢ଼େଙ୍କା ସମିତିସଭ୍ୟ ନାରାୟଣ ବେହେରା, ଭୀମସେନ ପେରେଇ, ବ୍ଲକର ମୁଖ୍ୟ କିରାଣୀ ହର କୁମାର ନାୟକ, ବରିଷ୍ଠ କିରାଣୀ ପ୍ରମୋଦ କୁମାର ନାୟକ, ସହକାରୀ ଯନ୍ତ୍ରୀ ସୁଶିଲ କୁମାର ସେଠଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅପରାହ୍ନରେ ପୁର୍ବତନ ବିଡିଓ ଆନନ୍ଦ ଚନ୍ଦ୍ର ସେଠୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାପରେ ସେ କାର୍ଯ୍ୟଭାର ଗ୍ରହଣ କରିବା ସହିତ ବ୍ଲକର ସାମଗ୍ରୀକ ବିକାଶ ଦିଗରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।
