ଖଇରା /ବାଲେଶ୍ୱର, ୧୩ /୧(ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୀଳାମ୍ବର ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତି ଗତକାଲି ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ସକାଳେ ଗଣ ଦୌଡକୁ ପତାକା ହଲାଇ ଉଦଘାଟନ କରିଥିଲା ବେଳେ ଏଥିରେ ବିଡିଓ ଶିବାନନ୍ଦ ସ୍ୱାଇଁ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ତୁଡିଗଡିଆ ମତ୍ସ୍ୟ ହାଟର ଶୁଭ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତି ମହଲାଙ୍କ ସମେତ ସ୍ଥାନୀୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ପୂର୍ବତନ ପ୍ରଶିକ୍ଷକ ଶିକ୍ଷକ ସମ୍ବର୍ଦ୍ଧନା ସଭାରେ କବି ପ୍ରଶାନ୍ତ କୁମାର ଦାସ, ବିଇଓ ଧରଣୀଧର ପାତ୍ର, ଅଧ୍ୟାପକ ଡ.ଅଭୟ କୁମାର ମହାନ୍ତି, ହାଇସ୍କୁଲର ପ୍ରଧାନ ଶିକ୍ଷକ ଯଦୁନାଥ ଶିଅଳ ଯୋଗ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ସଂଧ୍ୟାରେ ଅନୁଷ୍ଠିତ ସାଧାରଣ ସଭାରେ ପୂରାତନ ଛାତ୍ର ସଂସଦର ସଭାପତି ଉମାକାନ୍ତ ପଣ୍ଡା ସଭାପତିତ୍ୱ କରିଥିଲେ। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ସାଂସଦ ଅର୍ଜୁନ ଚରଣ ସେଠୀ, ୟୁ ଏନ କଲେଜର ଅଧକ୍ଷ ବିଜୟ କୁମାର ନାୟକ ମୁଖ୍ୟ ବକ୍ତା, ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟା ଜୟନ୍ତି ମହଲା, ଗଗନ ଧୂଳି ସରପଞ୍ଚତିଳୋତ୍ତମା ମଳିକ ଯୋଗ ଦେଇ ସୁବର୍ଣ୍ଣ ଜୟନ୍ତି ପାଳନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଜବାହର ନବୋଦୟ ବିଦ୍ୟାଳୟ ବାଗୁଡିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବସ ବ୍ୟାପି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ.ପୂରାତନ ଛାତ୍ରସଂସଦର କର୍ମ କର୍ତ୍ତା ମାନେ ସହଯୋଗ କରିଥିଲେ।
